ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇଯାଇଛି - ବିଜେଡି
ଭୁବନେଶ୍ୱର,୨୭ ମଇ (ହି.ସ.) - ୪ ଦିନ ତଳେ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ)ର ଟେଣ୍ଡର ବାତିଲ ହୋଇଯାଇଛି। ପ୍ରଥମ ଫେଜ୍ ଯେଉଁ ୧୭୬ କିଲୋମିଟର ଟେଣ୍ଡର ଆହ୍ୱାନ ହୋଇଥିଲା ତାହା ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହେଇ ଯାଇଛି। ବର୍ତମାନ ଉପକୂଳ ରାଜପଥକୁ ଫୋର ଲେନ ବିଶିଷ୍ଟ ନକରି ଦୁଇ ଲେନ ବିଶିଷ୍ଟ କରିବାକୁ
ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇଯାଇଛି - ବିଜେଡି


ଭୁବନେଶ୍ୱର,୨୭ ମଇ (ହି.ସ.) - ୪ ଦିନ ତଳେ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ)ର ଟେଣ୍ଡର ବାତିଲ ହୋଇଯାଇଛି। ପ୍ରଥମ ଫେଜ୍ ଯେଉଁ ୧୭୬ କିଲୋମିଟର ଟେଣ୍ଡର ଆହ୍ୱାନ ହୋଇଥିଲା ତାହା ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହେଇ ଯାଇଛି। ବର୍ତମାନ ଉପକୂଳ ରାଜପଥକୁ ଫୋର ଲେନ ବିଶିଷ୍ଟ ନକରି ଦୁଇ ଲେନ ବିଶିଷ୍ଟ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ କରିଛି ବିଜେଡି।

ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି ଉପକୂଳ ରାଜପଥ ଟେଣ୍ଡର ବାତିଲ ହେବା ଓଡିଶା ବାସୀଙ୍କୁ ଡବଲ ଇଞ୍ଜିନ ସରକାରର ଡବଲ ଧୋକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦ୍ୱିତୀୟ ଫେଜ୍ ବି ଅନିଶ୍ଚିତତା ଘେରକୁ ଚାଲି ଯାଇଛି। ଜଗନ୍ନାଥ ସଡ଼କକୁ ନେଇ ବର୍ତମାନ ବି ଓଡ଼ିଶ ବାସୀ ଅନ୍ଧକାର ଭିତରେ ରହିଛନ୍ତି। ଯଦି ଉପକୂଳ ରାଜପଥ ପ୍ରକଳ୍ପ କୁ ଚାରି ଲେନ ପରିବର୍ତେ ଦୁଇ ଲେନ ପାଇଁ ଯୋଜନା ପୁଣି ଥରେ କରାଯିବ ତାହା ଆହୁରି ଗୋଟିଏ ଦଶନ୍ଧି ବିତିଯିବ ପଛେ କାମ ହୋଇ ପାରିବ ନାହିଁ। ବିଜେଡିର ଦାବି ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ତୁରନ୍ତ ବିଧିବଦ୍ଧ ନିଷ୍ପତି ନିଅନ୍ତୁ କେନ୍ଦ୍ର ସରକାର। ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏଇ ପ୍ରସଙ୍ଗକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ରଖନ୍ତୁ। ଉପକୂଳ ରାଜପଥ ଦୁଇ ଲେନ ନୁହେଁ ଚାରି ଲେନ ବିଶିଷ୍ଟ ହେଉ ବୋଲି ଦାବି କରିଛି ବିଜେଡି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande