ଉମରକୋଟ ଅଂଚଳର ପ୍ରତିଭାଙ୍କୁ ସମ୍ମାନିତ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 27 ମେ (ହି.ସ.) - ଉମରକୋଟସ୍ଥିତ କାର୍ଯ୍ୟାଳୟରେ ଉମରକୋଟ ଅଞ୍ଚଳର ପ୍ରତିଭାଙ୍କୁ ସମ୍ମାନିତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସମ୍ବର୍ଦ୍ଧିତ ହୋଇଥିବା ୫ ଜଣ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତି
ଉମରକୋଟ ଅଂଚଳର ପ୍ରତିଭାଙ୍କୁ ସମ୍ମାନିତ କଲେ ଗଣଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 27 ମେ (ହି.ସ.)

- ଉମରକୋଟସ୍ଥିତ କାର୍ଯ୍ୟାଳୟରେ ଉମରକୋଟ ଅଞ୍ଚଳର ପ୍ରତିଭାଙ୍କୁ ସମ୍ମାନିତ କରିଛନ୍ତି

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସମ୍ବର୍ଦ୍ଧିତ

ହୋଇଥିବା ୫ ଜଣ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି

ଆମ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହିମାନେ ଆଗାମୀ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରେରଣାର ଉତ୍ସ।

ଏହି ପ୍ରତିଭାକୁ ସମ୍ବର୍ଦ୍ଧିତ କରିବା ସହ ଆଶିର୍ବାଦ ପ୍ରଦାନ କରିଛନ୍ତି ମନ୍ତ୍ରୀ ।ସେମାନଙ୍କ

ଭବିଷ୍ୟତ ଉଜ୍ଜ୍ବଳମୟ ହେଉ ବୋଲି ମନ୍ତ୍ରୀ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande