ଏଡବ୍ଲୁୟୁଏଫ୍ ୨୦୨୫ ରେ ଗୃହ ଓ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର,୨୭ ମଇ (ହି.ସ.) -ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାରେ ଏଡ଼ିବି ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ଥିବା ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ୍ (ଏଡବ୍ଲୁୟୁଏଫ) ୨୦୨୫ ରେ ଅଂଶଗ୍ରହଣ କର
ଏଡବ୍ଲୁୟୁଏଫ୍ ୨୦୨୫ ରେ ଗୃହ ଓ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଅଂଶଗ୍ରହଣ


ଭୁବନେଶ୍ୱର,୨୭ ମଇ (ହି.ସ.) -ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାରେ ଏଡ଼ିବି ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ଥିବା ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ୍ (ଏଡବ୍ଲୁୟୁଏଫ) ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି।

ଜଳର ମୂଲ୍ୟାଙ୍କନ ଏବଂ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ଜୀବନଧାରଣ ବୃଦ୍ଧି ଶୀର୍ଷକ ଏହି ଚାରି ଦିନିଆ ଫୋରମ୍ ବିଶ୍ୱସ୍ତରୀୟ ନେତା, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ସମଗ୍ର ଅଂଚଳରେ ଅଭିନବ ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶ ଅଭ୍ୟାସ ଉପରେ ବିଚାର ବିମର୍ଶ କରିବା ପାଇଁ ଏକତ୍ରିତ କରିଥାଏ।

ଓଡିଶାର ପ୍ରତିନିଧିତ୍ୱ କରି, ଅତିରିକ୍ତ ସଚିବ ଦେବାଶିଷ ସିଂହ ଏବଂ ଅର୍ଥ ପରାମର୍ଶଦାତା- ତଥା-ଅତିରିକ୍ତ ସଚିବ ଶ୍ରୀମତୀ ଶିଖା ବିଶ୍ୱାଳ ଏହି ଫୋରମ୍ ରେ ଯୋଗ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ସମସ୍ତଙ୍କ ପାଇଁ ଗୃହ: ଜୀବନ, ଅର୍ଥନୀତି ଏବଂ ସମ୍ପ୍ରଦାୟକୁ ପରିବର୍ତନ କରିବା ଶୀର୍ଷକ ଏକ ପ୍ରମୁଖ ବିଷୟବସ୍ତୁ ଅଧିବେଶନରେ ଶ୍ରୀ ସିଂହଙ୍କୁ ବକ୍ତା ଭାବରେ ନିମନ୍ତ୍ରଣ କରାଯାଇଛି। ପ୍ୟାନେଲିଷ୍ଟ ଭାବରେ ତାଙ୍କର ସାମିଲ ଅନ୍ତର୍ଭୁକ୍ତିମୂଳକ ଗୃହନିର୍ମାଣ ଏବଂ ସହରାଂଚଳ ପରିବର୍ତନ କ୍ଷେତ୍ରରେ ଓଡ଼ିଶାର ବୃଦ୍ଧି ପାଉଥିବା ପ୍ରମୁଖତାକୁ ପ୍ରତିଫଳିତ କରେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande