ବଲାଙ୍ଗିର, ୨୮ ମଇ (ହି.ସ.) - ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ଅବକାରୀ ଥାନା ପକ୍ଷରୁ ଚଢ଼ଉ କରି ଖପାଦର ବଙ୍ଗୋମୁଣ୍ଡା ରାସ୍ତାରେ ବାଇକ ଯୋଗେ କଫ ସିରପ ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡାର ସୀତାରାମ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ୧୨୦ ବୋତଲ କଫ ସିରପ ଓ ବାଇକକୁ ଜବତ କରିଥିବା ଥାନା ଅଧିକାରୀ ସୁମିତ ସାହୁ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଏହି ଅଂଚଳରେ ନିଶାଦ୍ରବ୍ୟ ଚାଲାଣ କରିବାରେ ସକ୍ରିୟ ଅଛନ୍ତି କିଛି ଯୁବକ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ