ପାଣିକୋଇଲି, ୨୮ ମଇ (ହିସ) ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ବେଂଗା ଆଦିବାସୀ ସାହିରେ ଜୈନିକ ନାବାଳିକାକୁ ଅପହରଣ କରିବା ଅଭିଯୋଗେରେ ଜଣେ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା । ଗତ ୨୦୨୩ ମସିଆ ଅକ୍ଟୋବର ୨୫ ତାରିଖ ଅଭିଯୋଗ ପରେ ପୁଲିସ ଏକ ମାମଲା ୩୦୭/୨୫ ରୁଜ୍ଜୁ କରି ତଦନ୍ତ କରି ନାବାଳିକା ଉଦ୍ଧାର ସହ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଥିଲା । ମାତ୍ର ଏହି ମାମଲାରେ ଜାମିନରେ ଆସିବା ପରେ ଅଦାଲତକୁ ସହଯୋଗ ନକରିବାରୁ ଅଭିଯୁକ୍ତ ବେଂଗା ସାହିର ଦଶରଥ ମୁଣ୍ଡାଙ୍କ ପୁଅ ବଂଶୀ ମୁଣ୍ଡାଙ୍କ ନାମରେ ଅଦାଲତ ଗିରଫ ପରୱାନା ଜାରି କରିଥିଲେ । ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଣିକୋଇଲି ପୁଲିସ ବଂଶୀକୁ ଗିରଫ କରି ଅଦାଲତ ଚାଲାଣ କରିଛି ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ