ସମ୍ବଲପୁର, ୨୮ ମେ (ହି.ସ.)ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ତଥା ମହୁଲପାଲି ଥାନା ଅନ୍ତର୍ଗତ ବଡ଼ମୁଣ୍ଡା ଲୋଇ ଗ୍ରାମକୁ ଆସନ୍ତା ମାସରୁ ନିଶାମୁକ୍ତ ଆଦର୍ଶ ଗ୍ରାମ କରିବାକୁ ଗ୍ରାମବାସୀ ଓ ମହିଳା ମାନେ ମିଳିତ ଭାବରେ ଆଜି ଶପଥ ନେଇଛନ୍ତି । ଗ୍ରାମର ଗୌନ୍ତିଆ ତଥା ସାମାଜିକ କର୍ମୀ ପ୍ରମୋଦ କୁମାର ପଟେଲଙ୍କ ସଭାପତିତ୍ବରେ ଗ୍ରାମର ମଣ୍ଡପରେ ଆୟୋଜିତ ସମାବେଶରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ନିଶା ନିବାରଣ ଅଭିଯାନ କମିଟି ସଭାପତି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗ୍ରାମକୁ ନିଶାମୁକ୍ତ ଆଦର୍ଶ ଗ୍ରାମ କରିବାକୁ ପୂର୍ଣ୍ଣ ସମୟ ଦେବାକୁ ଆହ୍ବାନ ଦେଇଥିଲେ ।ଜମନକିରା ବ୍ଲକ ନିଶା ନିବାରଣ ଅଭିଯାନ ର ଆବାହକ ସୂରୁ ମଣୀ ସୁନାନୀ କୁଚିଣ୍ଡା ବ୍ଲକ ଆବାହକ ଦୁର୍ଯ୍ୟୋଧନ ମୁଣ୍ଡା ,ପୂର୍ବତନ ସମିତି ସଭ୍ୟ ଧର୍ମ ଦାସ ରୋହିଦାସ ପ୍ର।ଉଖ ସମ୍ମା ଇଟା ଅତିଥି ଭାବରେ ଯୋଗ ଦେଇ ନିଶାର ଅପକାରିତା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଏହି ସମାବେଶ ର ଆବାହିକା ବିମଳା ନାୟକ ସମାବେଶ ର ଉଦ୍ଦେଶ୍ୟ ଜ୍ଞପନ କରିଥିବା ବେଲେ ଅନ୍ୟ ତମ ଆବାହିକା ସୁଷମା ସିଂ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ବ୍ୟାପକ ଆଲୋଚନା ପରେ ଆସନ୍ତା ପାଞ୍ଚ ତାରିଖ ପର୍ଯ୍ୟନ୍ତ ଗାଁ ରେ ନିଶା ବିକ୍ରି ନ କରିବା ଓ ନିଶା ଖାଇ ଅତ୍ୟାଚାର ବନ୍ଦ କରିବାକୁ ନିସାଡି ଓ ନିଶା ବିକ୍ରି କରୁଥିବା ବ୍ୟବସାୟୀ ଙ୍କୁ ଚେତାବନୀ ଦେବା ସହ ଛଅ ତାରିଖ ଦିନ ଗ୍ରାମରେ ବିରାଟ ନିଶା ନିବାରଣ ଶୋଭାଯାତ୍ରା କରାଯିବାକୁ ସ୍ଥିର କରା ଯାଇଛି । ଏଥି ପାଇଁ ଏକ କାର୍ଯ୍ୟକାରୀ କମିଟି ମଧ୍ୟ ଗଠନ କରାଯାଇଛି । ଏହି ନିଶାମୁକ୍ତ ଆଲୋଚନାରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କ ଦିଗ ଦର୍ଶନ ରେ ଗଠିତ ନିଶା ମୁକ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ରଞ୍ଜିତା ଧୁରୁଆ, ସୁନନ୍ଦା ନାଏକ, ଚିତ୍ର ଲେଖା ପଟେଲ,ସୌଦାମିନୀ ଧୁରୁଆ, ପ୍ରମିଳା କୁମୁରା,ମିନାକ୍ଷୀ ମାଝୀ, ତୟନ୍ତି କରାଳୀ,ବିନୋଦିନୀ ନାୟକ,ତପସ୍ଵିନୀ ଧୁରୁଆ, କୌଶଲ୍ୟା ପଟେଲ,ରୋଜି ସିଂ ମହାପାତ୍ର, ସୁଭାଷିନୀ ଧୁରୁଆ,ଉଲ୍ଲାସ ମାକର୍, ଶାନ୍ତି ଲତା ବରିହା, କୃଷ୍ମୁ ନନ୍ଦ, ଆରତୀ ପାତ୍ର,ହିରକାନ୍ତି ପାତ୍ର,କିଆ ଫୁଲ ମାକର, ସୁଭାଷିନୀ ମାକର,ତୀର୍ଥ ବାସି ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।ସମସ୍ତେ ନିଜେ ନିଶା ନ ଖାଇବା ଓ ଅନ୍ୟଙ୍କୁ ନିସରୁ ମୁକୁଲାଇବାକୁ ଶପଥ ନେଇଥିଲେ ।ଶେଷରେ ସୁଷମା ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ