ଶ୍ରମିକ  ର ମୂଲ୍ୟ ପଚାଶ ହଜାର
ବଲାଙ୍ଗିର, 28 ମେ (ହି.ସ.) ଦିନକୁ ଦିନ ଦାଦନ ଶ୍ରମିକଙ୍କ ନିର୍ଯ୍ୟାତନା , ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଶବ ଫେରି ନ ପାରିବା ଘଟଣା କମିବାର ନାଁ ଧରୁ ନାହିଁ । ଶ୍ରମିକ ମାନେ ଏବେବି ନିର୍ଯ୍ୟାତନା ହେଉଥିବା ସାମ୍ନାକୁ ଆସୁଛି । ପେଟ ପାଟଣା ପାଇଁ ଦାଦନ ଶ୍ରମିକ ଭାବେ ତାମିଲନାଡୁର ଇଟା ଭାଟିକୁ କାମ
ଶ୍ରମିକ  ର ମୂଲ୍ୟ ପଚାଶ ହଜାର


ବଲାଙ୍ଗିର, 28 ମେ (ହି.ସ.)

ଦିନକୁ ଦିନ ଦାଦନ ଶ୍ରମିକଙ୍କ ନିର୍ଯ୍ୟାତନା , ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଶବ ଫେରି ନ ପାରିବା ଘଟଣା କମିବାର ନାଁ ଧରୁ ନାହିଁ । ଶ୍ରମିକ ମାନେ ଏବେବି ନିର୍ଯ୍ୟାତନା ହେଉଥିବା ସାମ୍ନାକୁ ଆସୁଛି । ପେଟ ପାଟଣା ପାଇଁ ଦାଦନ ଶ୍ରମିକ ଭାବେ ତାମିଲନାଡୁର ଇଟା ଭାଟିକୁ କାମ କରିବା ପାଇଁ ଯାଇଥିଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁର ନାରାୟଣ ସୁଲିଆ । ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଇଟାଭାଟି ମାଲିକର ନିର୍ଯ୍ୟାତନା ଓ ଚିକିତ୍ସା ସୁବିଧା ନ ମିଳିବାରୁ ସେଠାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରିକି ଟଙ୍କା ଅଭାବରୁ ଗାଁକୁ ଶବ ଫେରି ପାରିନଥିଲା । ପରିବାର ଲୋକଙ୍କୁ ଇଟା ଭାଟି ମାଲିକ ମାତ୍ର ୫୦ ହଜାର ଟଙ୍କା ଦେଇଛି । ଏବେ ପରିବାରର ସ୍ତ୍ରୀ ଏବଂ ଦୁଇ ଛୋଟ ଝିଅ ଏବେ ଅସହାୟ ଅବସ୍ଥାରେ । କଣ୍ଟାବାଞ୍ଜିର ପ୍ରତିଷ୍ଠିତ ଦାଦନ ସର୍ଦାର ନିଜାମ ଖାଁନ ମାଧ୍ୟମରେ ଯାଇଥିବା ବେଳେ ଦାଦନ ସର୍ଦାର ଜଣକ ପରିବାର ଲୋକଙ୍କୁ ମାତ୍ର ୫୦ ହଜାର ଟଙ୍କା ଦେଇ ନିଜ କାମ ସାରି ଦେଇଛି । ଏବେ ଦାଦନ ଶ୍ରମିକର ଶବ ର ମୂଲ୍ୟମାତ୍ର ୫୦ ହଜାର ଟଙ୍କା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚାର ଆଲୋଚନା ହେଉଛି । ଗରିବ ପରିବାରକୁ ଦାଦନ ସର୍ଦାର ୫ରୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି । ଘରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏବେ ପରିବାରରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande