ହାତୀ ଆକ୍ରମଣରେ ମହିଳା ଗୁରୁତର
ଚମ୍ପୁଆ 28 ମେ (ହି.ସ.) ଛତୁ ଗୋଟାଇବାକୁ ଯାଇ ଚମ୍ପୁଆ ରେଞ୍ଜ ଚମ୍ପୁଆ ସେକ୍ସନ ଅନ୍ତର୍ଗତ ରଜିଆ ପଞ୍ଚାୟତ ପତଳା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣା ପଡିଛି । ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ଦୌଡ଼ି ପଳାଉଥିବା ସମୟରେ ଗଛରେ ବାଡେଇ ହୋଇ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍
ଆହତ ମହିଳା ଡାକ୍ତରଖାନାରେ ଚିକିତ୍ସିଚିତ ହେଉଛନ୍ତି


ଚମ୍ପୁଆ 28 ମେ (ହି.ସ.) ଛତୁ ଗୋଟାଇବାକୁ ଯାଇ ଚମ୍ପୁଆ ରେଞ୍ଜ ଚମ୍ପୁଆ ସେକ୍ସନ ଅନ୍ତର୍ଗତ ରଜିଆ ପଞ୍ଚାୟତ ପତଳା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣା ପଡିଛି । ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ଦୌଡ଼ି ପଳାଉଥିବା ସମୟରେ ଗଛରେ ବାଡେଇ ହୋଇ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ମିଳିଥିବା ଖବର ଅନୁସାରେ, ଆଜି ଭୋର ପ୍ରାୟ ଛଅ ଘଟିକା ସମୟରେ ପତଳା ଗ୍ରାମର ୰ ଶୁଦ୍ର ନାଏକଙ୍କ ସ୍ତ୍ରୀ ଗୀତାରାଣୀ ନାଏକ (୬୦) ଓ ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ପଦ୍ମିନୀ ନାଏକ (୪୫) ସାଙ୍ଗ ହୋଇ ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ବେଳେ ଏକ ଗୋଠଛଡା ଦନ୍ତାହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀଟି ଗୀତାରାଣୀଙ୍କୁ ଶୁଣ୍ଢରେ ଉଠାଇ ଫିଙ୍ଗି ଦେବାରୁ ତଳେ ପଡି ଗୀତାଙ୍କ ଗୋଡ଼ ଭାଙ୍ଗିଯିବା ସହ ସେ ଗୁରୁତର ଆହତ ହୋଇଥିଲେ। ସାଙ୍ଗରେ ଥିବା ପଦ୍ମିନୀ ଭୟରେ ଦୌଡ଼ି ପଳାଉଥିବା ବେଳେ ଗଛରେ ବାଡେଇ ହୋଇ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ବନବିଭାଗ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଗୀତାରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି। ସୂଚନା ଯୋଗ୍ୟ କି, ଗୀତାରାଣୀଙ୍କ ସ୍ୱାମୀ ଶୁଦ୍ର ନାଏକ ୨୦୧୨ ମସିହାରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande