ବିଜେଡିକୁ ଶକ୍ତ ଧକ୍କା, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ
ଭଦ୍ରକ, ୨୮ ମଇ (ହି.ସ.) - ରାଜ୍ୟ ବିଜେଡି ସରକାରରେ ମନ୍ତ୍ରୀ ପଦ ପାଇଥିବା ଭଦ୍ରକର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଜ୍ୟେଷ୍ଠପୁତ୍ର ତଥା ପୂର୍ବତନ ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ ଆଜି ତାଙ୍କର ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିର
ER. PRAYASKANTI SAMAL BJD RU ISTAFA


ଭଦ୍ରକ, ୨୮ ମଇ (ହି.ସ.) - ରାଜ୍ୟ ବିଜେଡି ସରକାରରେ ମନ୍ତ୍ରୀ ପଦ ପାଇଥିବା ଭଦ୍ରକର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଜ୍ୟେଷ୍ଠପୁତ୍ର ତଥା ପୂର୍ବତନ ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ ଆଜି ତାଙ୍କର ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବିଷୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଇଂ ଶ୍ରୀ ସାମଲ ବିଜେଡି ସରକାରରେ ବହୁ ପଦପଦବୀରେ ଥାଇ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ପଦ ମଧ୍ୟ ମଣ୍ଡନ କରିଥିଲେ। ଏପରିକି ସେ ରାଜ୍ୟ ବିଜେଡିର ସଂପାଦକ ମଧ୍ୟ ମଣ୍ଡନ କରିଥିଲେ। ସେ ଏବେ ଭଦ୍ରକ ବରପଦା ଇଂଜିନିୟରିଂ କଲେଜର ସଭାପତି ଅଛନ୍ତି। ଆଜି ସେ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେବା ପ୍ରସଙ୍ଗକୁ ଉତ୍‌ଥାପନ କରି ରାଜନୀତିରୁ କିଛିଦିନ ପାଇଁ ସନ୍ୟାସ ନେବା ବିଷୟ କହିଛନ୍ତି। ତେବେ ସେ ଯେଭଳି ଲୋକଙ୍କ ସୁଖଦୁଃଖରେ ପୂର୍ବରୁ ଥିଲେ, ସେହିଭଳି ରହିବେ ବୋଲି କହିଛନ୍ତି। କିନ୍ତୁ କୌଣସି ବ୍ୟାନର ତଳେ ନରହି ସାଧାରଣ ଲୋକଙ୍କ ଭଳି କାର୍ଯ୍ୟ କରିବାର ସିଦ୍ଧାନ୍ତ ନେଇଥିବାରୁ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିବା ବିଷୟ କହିଛନ୍ତି। ଦଳ ସହିତ ତାଙ୍କର କୌଣସି ବାଦ ବିବାଦ ନଥିବାର ସୂଚାଇ ଯେଉଁ ମହାନ୍ ଦଳ ତାଙ୍କୁ ବହୁ ପଦପଦବୀରେ ରଖାଇବା ସହ ବରିଷ୍ଠ ଆଗଧାଡିର ବଡଭାଇମାନେ ତାଙ୍କୁ ସହଯୋଗ କରିଥିବା ବିଷୟ କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଆଶୀର୍ବାଦରେ ୨୦୦୨-୦୩ ରେ ସେ ରାଜ୍ୟ ସଂପାଦକ ପଦ ଓ ପରେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ। ଏପରିକି ତାଙ୍କର ରାଜନୈତିକ ଜୀବନକୁ ଗଢି ତୋଳିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବ୍ୟକ୍ତିଗତ ସଚିବ ପାଣ୍ଡିଆନ ସାର୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏବଂ ଯେହେତୁ ତାଙ୍କ ପରିବାରର ତିନି ତିନି ଜଣ ରାଜନୈତିକ ଦଳ (ବିଶେଷକରି ବିଜେଡି) ରେ ରହିଛନ୍ତି, ତେଣୁ ମୁଁ ନିକଟ ଅତୀତରେ ଅନ୍ୟ କୌଣସି ଦଳରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ଯେଭଳି ଲୋକଙ୍କ ସହ ସେମାନଙ୍କର କାର୍ଯ୍ୟ କରୁଥିଲି, ସେହିଭଳି ରହିବା ସହ ମୋର ପିତା ଓ କନିଷ୍ଠ ଭ୍ରାତାଙ୍କୁ ପରୋକ୍ଷରେ ସହାୟତା କରିବି ବୋଲି କହିଥିଲେ। ବିଶେଷକରି ତାଙ୍କର ବିଜେଡି ଦଳ ସରକାରରେ ଥିବା ସମୟରେ ସେ ଲୋକଙ୍କୁ ସେବା ଯୋଗାଇବାକୁ ସହଜ ହେଉଥିଲା। କିନ୍ତୁ ଏବେ ଆମ ସରକାର ନଥିବାବେଳେ ଲୋକଙ୍କ ସହ କିଭଳି ମିଶିପାରିବି, ତାହା ମୁଁ ପରୀକ୍ଷା କରିବି। ବରପଦା କଲେଜ ସଂପର୍କରେ ସୂଚନା ଦେବାକୁ ଯାଇ ସେ ବର୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜିଲାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ କଲେଜଟିକୁ କିଭଳି ସୁରୁଖୁରୁରେ ଚଲାଯାଇପାରିବ, ସେ ଦିଗରେ ସରକାରଙ୍କ ସହମତି ଲୋଡି ସେମାନଙ୍କ ଠାରୁ ଯଥେଷ୍ଟ ସହଯୋଗ ପାଇଥିବା ବିଷୟ ସେ କହିଛନ୍ତି। ଏବଂ ଏହି ଇସ୍ତଫା ଦେବା ପରେ ତାଙ୍କର କାଲିଠାରୁ ସେ ଏକ ନୂଆ ସକାଳ ଦେଖିବେ। ଏବଂ କଲେଜର ଯେଉଁ ପୂର୍ବ ସୁନାମ ଥିଲା, ତାହା ଫେରାଇ ଆଣିବା ସହ ଅଗ୍ରଗତି ଦିଗରେ ସମୟ ଦେଇ କିଭଳି ସରକାରଙ୍କ ଅଧୀନକୁ ଏହା ଯାଇପାରିବ, ସେ ଦିଗରେ କାର୍ଯ୍ୟ କରିବା ତାଙ୍କର ପ୍ରଥମ କର୍ତବ୍ୟ ହେବ। ଏବଂ ତାଙ୍କ କଲେଜ ରିଜୋଲ୍ୟୁସନରେ ବିଶ୍ୱବିଦ୍ୟାଳୟ ପାଇଁ ଯେଉଁ ୨୦ ଏକର ଜମି ମଂଜୁର ହୋଇଥିଲା, ସେ ଦିଗରେ ମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏବଂ ଯେଉଁ ଦଳର ସମର୍ଥନରେ ଭଦ୍ରକ ବରପଦା କଲେଜ ଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନରେ ଗୋଟିଏ ପରିବାରର ତାଙ୍କ ପିତା ସଭାପତି ଥାଇ ସେ ସଂପାଦକ ପଦ ଅଳଙ୍କୃତ କରିଥିଲେ, ତାହା ତାଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ଏବେ ଅଧିକ ସମୟ କଲେଜ ସମସ୍ୟାର ସମାଧାନ ଦିଗରେ ଦେବେ ବୋଲି କହିଛନ୍ତି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande