ପାଣିକୋଇଲି, ୨୮ ମଇ (ହିସ) : ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରିବା ପାଇଁ ଏବେ ଏକ ନୂଆ ମାଧ୍ୟମର ସାହାରା ପାଲଟିଛି ସମାଜିକ ଗଣମାଧ୍ୟମ । ସାମଜିକ ଗଣ ମାଧ୍ୟମରେ ବିଭିନ୍ନ ଫେକ ଆଇଡି ସୃଷ୍ଟି କରି ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ବିରୁଦ୍ଧରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର ଓ ଚରିତ୍ର ସଂହାର କରାଯାଉଛି । ଏମିତିକି ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏହାକୁ ବିରୋଧ କରି ୬ ତାରିଖ କଳା ଦିବସକୁ ବନ୍ଦ କରିବାକୁ ସୁକିନ୍ଦା ସଚେତନ ନାଗରିକ ମଂଚ ପକ୍ଷରୁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଏସପିଙ୍କୁ ଦାବି କରିଛନ୍ତି । ଅଭିଯୋଗ ମୁତାବକ ସୁକିନ୍ଦା ଦାମୋଦରପୁର ଗ୍ରାମର ରୋହିତ ଖୁଂଟିଆ ଯିଏକି ପୂର୍ବତନ ବିଧାୟକଙ୍କ ନିଜ ଲୋକ ନିଜକୁ ସାମଜିକ କର୍ମୀ ଓ ସମ୍ବାଦିକ କହି ବିଭିନ୍ନ ଫେକ ଆଇଡି ଯଥା ଓଡିଶା ବ୍ରେକିଂଗ ନିୟୁଜ, ବାମ୍ପ, କଳିଂଗନ ନଗର ସମାଚାର, ଖୋଲାକଥା, ପୋଲିଟିକ୍ସ କଳିଂଗ ନଗର, ଅନ୍ୟନମସ, ପ୍ରଚୀସପାଂଟ, ଧର୍ମ ସବୁ ଦେଖୁଛି ଭଳି ଫେକ ଆଇଡି ଖୋଲି ନେତା ମନ୍ତ୍ରୀ ଓ ଯୁବନେତାଙ୍କ ଚରିତ୍ର ସଂହାର କରାଯାଉଛି । ସେ ୬ ତାରିଖ କଳା ଦିବସର ଆହ୍ୱାନ ଦେଇ ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଫେକ ଆଇଡି ଖୋଲି ଚରିତ୍ର ସଂହାର କରୁଥିବା ବ୍ୟକ୍ତି ବିଶେଷକୁ ଚିହ୍ନଟ କରିବା ଓ ବିଭିନ୍ନ ମିଥ୍ୟା ମକଦ୍ଦମା ଗୁଡିକୁ ନିରପେକ୍ଷ ତଦନ୍ତ କରିବା ଓ ୬ ତାରିଖ କଳା ଦିବସକୁ ବନ୍ଦ କରିବାକୁ ସଚେତନ ନାଗରିକ ମଂଚ ସୁକିନ୍ଦା ପକ୍ଷରୁ ଦାବି କରାଯାଇଛି । ସକୁନ୍ଦା ସଚେତନ ନାଗରିକ ମଂଚ ପକ୍ଷରୁ ସସ୍ମିତା ଦାସ, କୃଷ୍ଣ ମହାନ୍ତ, ପିତବାସ ମଳିକ, ବାବୁ ମଳିକ, ହାଡିବନ୍ଧୁ ଦାସ, ଜନସେନ ବାରଲା, ଚକ୍ରଧର ନାୟକ, ବୁବୁଲି ପାତ୍ର, ସାଗର ନାୟକ, ମଳୟ ରଂଜନ ମଲିକଙ୍କ ନେତୃତ୍ୱରେ ଏସ୍ପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ