ପାଣିକୋଇଲି, ୨୮ମଇ (ହିସ) : ପଥରପଦା ଗଳିପୋଲ ନିକଟରେ ପଥରପଦା, କାଜିପାଟଣା, ନୂଅଗାଁ, କଂଟିଗଡିଆ, ନୁରୁଂଗା, ସଠିପୁର, ପାଣିକୋଇଲି ଗ୍ରାମକୁ ନେଇ ଜୟ ହନୁମାନ ଛକ ଠାରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥି ନିମନ୍ତେ ମଙ୍ଗଳବାର ଅଙ୍କୁରାରୋପଣ ଓ ଶୁଭାଧିବାସ କରାଯାଇଥିଲା । ଆଜି ପ୍ରତୁୃଷରୁ ବୈତରଣୀ ନଦୀକୁ କଳସ ଯାତ୍ରା ବିଗ୍ରହସ୍ଥଳରେ ପହଂଚିଥିଲା । କଳସ ଯାତ୍ରା ମହାସମାରୋହରେ ପହଂଚିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ବିଗ୍ରହ ନଗର ଭ୍ରମଣ, ମନ୍ଦିର ନ୍ୟାସ, ମହାସ୍ନାନ, ମନ୍ଦିର ଶୋଧନ, ମନ୍ଦିର ପ୍ରବେଶ ପରେ ପୂଣ୍ଣାହୂତି କରାଯିବ । ଏଥି ନିମନ୍ତେ ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତନ, ପ୍ରବଚନ ଓ ସାଂସ୍କୃତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ