ଭୁବନେଶ୍ୱର, ୨୮ ମଇ (ହି.ସ.)- ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ରାୟ ପ୍ରକାଶ ଉପରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ନ୍ୟାୟ ପାଳିକା ଉପରେ ଯେଉଁ ବିଶ୍ୱାସ ରଖି ପରିବାର କେସ୍ ଲଢୁଥିଲେ ତାଙ୍କୁ ଆଜି ନ୍ୟାୟ ମିଳିଛି। ଯେଉଁ ତଦନ୍ତ ହେଉଥିଲା ତାହା ଗୋଟେ ପ୍ରକାର ଠିକ ବୋଲି ପ୍ରମାଣିତ ହୋଇଛି । ସୌମ୍ୟର ପରିବାରକୁ ଅଦାଲତ ଆଜି ନ୍ୟାୟ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା