ଏନକେଟି ରୋଡରୁ ଜବର ଦେଖଲ ଉଛେଦ ନେଇ ମାପଚୁପ ଆରମ୍ଭ
ଜୟପୁର, 28 ମେ (ହି.ସ.) ଜୟପୁର ସହରର ଏନକେଟି ରୋଡ ରୁ ଜବର ଦଖଲ ଉଛେଦ ହେବ । ଏନେଇ ଆଜି ପ୍ରଶାସନ ତରଫରୁ ମାପ ଚୁପ ଆରମ୍ଭ ହୋଇଛି । କଣ୍ଡରାସାହି ଛକ ଠାରୁ ପୁରୁଣାଗଡ ଛକ ଯାଏ ରାସ୍ତା ସମ୍ପ୍ରସାରଣ ହେବ । ଜବର ଦଖଲ ଯୋଗୁଁ ସାଧାରଣ ଜନତା ବହୁତ ହଇରାଣ ହେଉଥିଲେ । ବାରମ୍ବର ଅଭିଯୋଗ ପରେ ପ୍ରଶାସନ ପଦ
ଏନକେଟି ରୋଡ ଜବର ଦଖଲ  ନେଇ  ମାପଚୁପ ଆରମ୍ଭ


ଜୟପୁର, 28 ମେ (ହି.ସ.) ଜୟପୁର ସହରର ଏନକେଟି ରୋଡ ରୁ ଜବର ଦଖଲ ଉଛେଦ ହେବ । ଏନେଇ ଆଜି ପ୍ରଶାସନ ତରଫରୁ ମାପ ଚୁପ ଆରମ୍ଭ ହୋଇଛି । କଣ୍ଡରାସାହି ଛକ ଠାରୁ ପୁରୁଣାଗଡ ଛକ ଯାଏ ରାସ୍ତା ସମ୍ପ୍ରସାରଣ ହେବ । ଜବର ଦଖଲ ଯୋଗୁଁ ସାଧାରଣ ଜନତା ବହୁତ ହଇରାଣ ହେଉଥିଲେ । ବାରମ୍ବର ଅଭିଯୋଗ ପରେ ପ୍ରଶାସନ ପଦକ୍ଷେପ ନେଇଛି । ଜୟପୁର ଉପ ଜିଲାପାଳ ତଥା ପୌର କାଯ୍ୟନିବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିଦ୍ଦେଷକ୍ରମେ ମପ ଚୁପ କରାଯାଇଛି । କଣ୍ଡରା ସାହି ଛକ ଠାରୁ ହୋଟେଲ ମଧୁମତି ଯାଏ ୩୦ ଫୁଟିଆ ରୋଡ ହେବ । ମଧୁମତି ଠାରୁ ପୁରୁଣାଗଡ ଛକ ଯାଏ ୪୦ ଫୁଟିଆ ରୋଡ ହେବ । ମାପ ଚୁପ ସମୟରେ ୭ରୁ ୮ ଫୁଟ ଦେଖାଁଏ ଜବର ଦଖଲ ହୋଇଥିବା ଜଣାଯାଇଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହୁଥିବାରୁ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି । ଏହା ଦ୍ୱାରା ରାସ୍ତା ଚଉଢା ହେବ ଟ୍ରାଫିକ ସମସ୍ୟା ରହିବ ନାହିଁ । ପ୍ରଶାସନର ଏପରି ପଦ କ୍ଷେପକୁ ଜୟପୁର ବାସୀ ସ୍ୱାଗତ କରିଛନ୍ତି । ପୌର କର୍ମଚାରି, ରାଜସ୍ୱ ବିଭାଗ ଓ ପୋଲିସ ଉପସ୍ଥିତିରେ ମାପଚୁପ କରାଯାଇଛି । ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ, ରାଜସ୍ୱ ବିଭାଗର ସୁପରଭାଇଜର ହରି ହରି ଶତପଥି ଓ ଦିଲ୍ଲିପ କୁମାର ପ୍ରଧାନ, ରାଜସ୍ୱ ନିରିକ୍ଷକ ଅଶୋକ କୁମାର ପ୍ରଧାନ ଓ ସଦା ହନ୍ତାଳ , ଅମିନ ସୁଭଶ୍ମିତା ଜେନା, ଅଭିନାଶ ସାନ୍ତ୍ରାପାତ୍ର , ଟାଉନ ପୋଲିସ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande