ନୂତନ ପଂଚାୟତ ଗଠନ ପାଇଁ ବିଶାଳ ଜନସଭା
ସମ୍ବଲପୁର, ୨୮ ମଇ (ହି.ସ.) - ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ବ୍ଲକର ନିକଟସ୍ଥ ତୁଲୁବ ଗ୍ରାମକୁ ନୂତନ ପଂଚାୟତ ଗଠନ ପାଇଁ ପଂଚାୟତ ଗଠନ କମିଟି ସଭାପତି ପଂଚାନନ ପଧାନ ଙ୍କ ସଭାପତିତ୍ୱ ରେ ଜମନକିରା ବ୍ଲକ ଜମନକିରା ପଂଚାୟତ ତୁଲୁବ ଗ୍ରାମରେ ନୂତନ ପଂଚାୟତ ଗଠନ ପାଇଁ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋ
ନୂତନ ପଞ୍ଚାୟତ ଗଠନ ପାଇଁ ବିଶାଳ ଜନସଭା


ନୂତନ ପଞ୍ଚାୟତ ଗଠନ ପାଇଁ ବିଶାଳ ଜନସଭା


ନୂତନ ପଞ୍ଚାୟତ ଗଠନ ପାଇଁ ବିଶାଳ ଜନସଭା


ସମ୍ବଲପୁର, ୨୮ ମଇ (ହି.ସ.) - ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ବ୍ଲକର ନିକଟସ୍ଥ ତୁଲୁବ ଗ୍ରାମକୁ ନୂତନ ପଂଚାୟତ ଗଠନ ପାଇଁ ପଂଚାୟତ ଗଠନ କମିଟି ସଭାପତି ପଂଚାନନ ପଧାନ ଙ୍କ ସଭାପତିତ୍ୱ ରେ ଜମନକିରା ବ୍ଲକ ଜମନକିରା ପଂଚାୟତ ତୁଲୁବ ଗ୍ରାମରେ ନୂତନ ପଂଚାୟତ ଗଠନ ପାଇଁ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ତୁଲୁବ, ସର୍ବେଜାଲ, ସାନ ଲଙ୍ଗାବାହାଲ, ଟାଙ୍ଗର ମାଲ, ଦୁର୍ଗା ଡ଼ିହି, ଛତାବର, ଜୁନାନି, ଏକଟ ପଡ଼ା, ଗଏପୁର୍ଗା ଗ୍ରାମର ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଏହି ସଭାରେ ଯୋଗ ଦେଇଥିଲେ। ବୈଠକ କମିଟି ସଭାପତି ପଞ୍ଚାନନ ପଧାନ, ସମ୍ପାଦକ ରାଜୀବ ନାୟକ, ଜମନକିରା ପଂଚାୟତ ଅଧିକାରୀ ଅଜୟ ଖଡିଆ, ଜମନକିରା ପଂଚାୟତ ଅଧିକାରୀ ହିମାଂଶୁ ଶେଖରେ ପଟେଲ, କମିଟି ସଭ୍ୟ ସୁରେଶ ଚନ୍ଦ୍ର ପଟେଲ, ହିମାଦ୍ରୀ ସାହୁ, ବିନୟ ନାୟକ, କନ୍ଦର୍ପରଣ ପଟେଲ,ଜମନକିରା ଗ୍ରାମର ଏକ ନମ୍ବର ୱାର୍ଡର ସଭ୍ୟା ପ୍ରଭାଗିନୀ ନାୟକ, ଗ୍ରାମର ଦୁଇ ନମ୍ବର ୱାର୍ଡର ସଭ୍ୟା ଲୀଳା ବତୀ ଝାଙ୍କର, ପ୍ରମୁଖ ମଞ୍ଚାସିନ ଭାବେ ଉପସ୍ଥିତ ରହିଥିଲେ। ମୋହନ ମାଝୀ ସଭା ପରିଚାଳନା ସହିତ ଅତିଥି ପରିଚୟ କରିଥିଲେ। ଜମନକିରା ବ୍ଲକ ଅନ୍ତର ଗର୍ତ ଉକ୍ତ ଗ୍ରାମ ସହିତ ନିକଟସ୍ତ ବିଭିନ୍ନ ଗ୍ରାମରେ ଠିକ ଭାବରେ ସରକାରି ଅର୍ଥ ପହଂଚି ପାରୁନାହିଁ, ବିଦ୍ୟାଳୟ ସମସ୍ୟା, ପାନୀୟ ଜଳ ସମସ୍ୟା, ଗାଧିଇବା ପାଇଁ ବନ୍ଧରେ ଘାଟ ସମସ୍ୟା, ଯାତା ୟାତ ପାଇଁ ବ୍ରିଜ଼ ସମସ୍ୟା, ବୃଦ୍ଧ ଙ୍କୁ ଭତା, ଭଳି ଅନେକ ମୌଳିକ ସମସ୍ୟାର ସମାଧାନ ନୂତନ ପଂଚାୟତ ଗଠନ ପାଇଁ ଜମନକିରା ବିଡ଼ିଓ, କୁଚିଣ୍ଡା ଉପ ଜିଲ୍ଲା ପାଳ, ସମ୍ବଲପୁର ଜିଲ୍ଲାପାଳ, ଓଡିଶା ସରକାରଙ୍କ ସଚିବ, ପଂଚାୟତି ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ମଧ୍ୟ ଫେରାଦ ହୋଇ ନୂତନ ପଂଚାୟତ ଗଠନ ପାଇଁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପରିଣାମ ମିଳିପାରିନାହିଁ । ଏଣୁ ବର୍ତମାନ ଲୋକଙ୍କ ସରକାରଙ୍କୁ ଲୋକଙ୍କ ଶକ୍ତି ପ୍ରଦର୍ଶନ କରିବାର ସମୟ ଆସିଯାଇଛି ବୋଲି କମିଟି ସଦସ୍ୟ ଅତିଥିଗଣ ନିଜ ଭାଷଣରେ ମତ ପ୍ରକାଶ କରିଥିଲେ। ଏପରିକି ନୂତନ ପଂଚାୟତ ଗଠନ ପାଇଁ ଆଗାମୀ ଦିନରେ ରାଜ ରାସ୍ତାରେ ଓଲ୍ଲାଇବାକୁ ପଡିଲେ ମଧ୍ୟ ଗ୍ରାମ ବାସି ଏଥିପ୍ରତି ପ୍ରସ୍ତୁତ ଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ଭୋଟକୁ ମଧ୍ୟ ଗ୍ରାମବାସି ଭୋଟବର୍ଜନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେହିପରି ୱାର୍ଡ ସଭ୍ୟ ଙ୍କ କହିବା ଅନୁଯାଇ ବିଭିନ୍ନ ବୈଠକ ରେ ଗ୍ରାମର ଅନେକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁନାହିଁ କି ଠିକ ଭାବେ ଅର୍ଥ ମଧ୍ୟ ପ୍ରଦାନ କରାଯାଉନାହିଁ। ଏପରି ତୁଲୁବ ଗ୍ରାମରେ ଥିବା ଏକ ଗାଧୁଆ ବନ୍ଦ ରୁ ପଙ୍କ ଉଦ୍ଦାର ପାଇଁ ଦାବି କରାଯାଉଥିବା ବେଳେ ପଂଚାୟତ ରେ ଟଙ୍କା ନାହିଁ ବୋଲି ଏହି କାର୍ଯ୍ୟ କରାଯାଇ ପାରୁ ନାହିଁ ବୋଲି ଗ୍ରାମ ବାସି ପ୍ରକାଶ କରିଛନ୍ତି। ଏ ସମ୍ପର୍କ ରେ ଜମନକିରା ଗ୍ରାମ ପଂଚାୟତ ଅଧିକରୀ ଅଜୟ ଖଡିଆ ଙ୍କୁ ପଚାରିବାରୁ ପୂର୍ବରୁ ଆମେ ଗ୍ରାମବାସୀଙ୍କ ଦାବି ପଂଚାୟତି ରାଜ ବିଭାଗ, ସମ୍ବଲପୁର ଜିଲ୍ଲା ପାଳ ଙ୍କୁ ଜଣାଇଛୁ ଏବଂ ଉଚ୍ଚ କତୃପକ୍ଷ ଯାହା ପଦକ୍ଷେପ ନେଇ ଆମକୁ ନିର୍ଦେଶ ଦେଲେ ଆମେ ଗ୍ରାମବାସୀଙ୍କୁ ଜଣାଇବୁ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande