ଜୟପୁର, 28 ମେ (ହି.ସ.)- ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ତାଲିମ ଶିବିର ଆଜି ଅନୁଷ୍ଟିତ ହୋଇଛି । ଜୟପୁର ବ୍ଲକ ଅନ୍ତର୍ଗତ ଉମୁରି ସ୍ଥିତ ରେଳମୁଣ୍ଡ କରତକଳ ପରିସରେ ଏହି ତାଲିମ ଶିବିର ଅନୁଷ୍ଟିତ ହୋଇଛି । ରାଜ୍ୟ ବିପଯ୍ୟୟ ପ୍ରଶମନ ସଂସ୍ଥା ଓ ଓଡିଶା ବନ ଉନ୍ନୟନ ନିଗମ ଲିଃ ତରଫରୁ ଆୟୋଜନ କରାଯୌାଇଥିଲା । ଜୟପୁର ଦମକଳ କେନ୍ଦ୍ର ତରଫରୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏଠାରେ ଓଡିଶା ବନ ଉନ୍ନୟନ ନିଗମର ଖଣ୍ଡିୟ ପରିଚାଳକ ସୌଭାଗ୍ୟ ଆନନ୍ଦ, ଅତିରିକ୍ତ ଖଣ୍ଡିୟ ପରିଚାଳକ ସବ୍ୟସାଚି ରାୟ, ଅତିରକ୍ତ ଅଗି୍ନଶମ ଅଧିକାରି ସୁରେଶ ଚନ୍ଦ୍ର ବାରିକ , ସହ କେନ୍ଦ୍ର ଅଧିକାରି ଜୟ କିଶୋର ସ୍ୱାଇଁ, ମାଲକାନଗିରି ଉପଖଣ୍ଡିୟ ପରିଚାଳକ ଭବାନୀ ଶଙ୍କର ଦାସ, ଜୟପୁର ଉପଖଣ୍ଡିୟ ପରିଚାଳକ ପ୍ରଦ୍ୟୁମ୍ନ କୁମାର ବେଜ , ବୈପାରିଗୁଡା ଉପଖଣ୍ଡିୟ ପରିଚାଳକ ରାଜେନ୍ଦ୍ର ନାରାୟଣ ଷଢଙ୍ଗା ଉପସ୍ଥିତ ଥିଲେ । ବୈରାଗୀ ଚରଣ ସାହୁ ପରିଚାଳନା କରିଥିବା ବେଳେ ଭବାନୀ ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିପଯ୍ୟୟ ଓ ପ୍ରଶମନ କାଯ୍ୟରେ ନିୟୋଜିତ ହେବା ନିମନ୍ତେ ଓଡିଶା ବନ ଉନ୍ନୟନ ନିଗମର ଜୟପୁର ଶ୍ରମଜୀବୀ ଓ କର୍ମଚାରି ମାନଙ୍କୁ ତାଲିମ ଦିଅ।।ଯାଇଥିଲା । ବିପଯ୍ୟୟ ସମୟରେ କିପରି ମୁକାବିଲା କରାଯାଇ ପାରିବ, ବଦ୍ଧା ବୃଦ୍ଧ ଛୋଟ ପିଲା ମାନଙ୍କୁ କିପରି ସୁରକ୍ଷିତ ଅବସ୍ଥା ରେ ଉଦ୍ଧାର କରାଯାଇ ପାରିବ ସେ ଉପରେ ସଚେତନ କରାଯାଇଥିଲା । ଜୟପୁର ଅଗ୍ନିଶମ କେନ୍ଦ୍ର ତରଫରୁ ିବିଭିନ୍ନ ଯନ୍ତ୍ରପାତି ପ୍ରୟୋଗ କରି କିପରି ମୁକାବିଲା କରାଯାଇ ପାରିବ ସେ ନେଇ ସଚେତନ କରିଥିଲେ । ବିପଯ୍ୟୟ ସମୟରେ ଜିଲା ପ୍ରଶାସନ ସହ ଓଡିଶା ବନ ଉନ୍ନୟନ ନିଗମ ର କର୍ମଚାରି ମାନେ ସାମିଲ ହୋଇ କିପରି ମୁକାବିଲା କରିବେ ସନେଇ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ---------------
ହିନ୍ଦୁସ୍ଥାନ ସମାଚାର / ପିକେପି