ସୁବର୍ଣ୍ଣପୁର, 28 ମେ (ହି.ସ.)
2011 ମସିହା ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକ ଙ୍କୁ ପଦୋନ୍ନତି ପାଇବାକୁ ହେଲେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେବାକୁ ପଡିବ lଏପରିକି ଅବସର ର ଦ୍ୱାର ଦେଶରେ ଥିବା ପ୍ରାଥମିକ ଶିକ୍ଷକ ଙ୍କ ପାଇଁ ମଧ୍ୟ ଓଟିଇଟି ବିନା ପଦୋନ୍ନତି ମନା l ଏହିପରି ଏକ ନିର୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର ଯାହାକୁ ନେଇ ସାରା ଓଡ଼ିଶାରେ ଶିକ୍ଷକ ମହଲ ରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି l ଓଟିଇଟି ପାସ ସାର୍ଟିଫିକେଟ ନ ଥିଲେ ଲେବୁଲ-V(A) ରେ ଥିବା ଶିକ୍ଷକଙ୍କୁ ଲେବୁଲ -V(B) କୁ ପଦୋନ୍ନତି ମନା l ସରକାରଙ୍କ ଏହି ପରି ନିର୍ଦେଶ ପ୍ରକାଶ ପାଇବାପରେ ରାଜ୍ୟ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l କାରଣ RTE Act-2009 କୁ ଭିତ୍ତିକାରୀ କେନ୍ଦ୍ର ସରକାର ଙ୍କ ତରଫରୁ NCTE ତା 23/08/2010ରିଖ ରେ notification ମାଧ୍ୟମରେ ପାରା -04 ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଯେଉଁମାନେ 2001 ମସିହା ପୂର୍ବରୁ କିମ୍ବା 2001 ମସିହାରେ ପ୍ରକାଶିତ NCTE ନୋଟିଫିକେସନ ଆଧାରରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସହ ନିଯୁକ୍ତି ପାଇଛନ୍ତି ସେମାନଙ୍କ କ୍ଷେତ୍ରରେ ଓଟିଇଟି ଲାଗୁ ହେବ ନାହିଁ l ପୁନର୍ବାର NCTE ତା 11/02/2011 ଏବଂ 29/07/2011 ରେ ନୋଟିଫିକେସନ ମାଧ୍ୟମରେ ତଥା ଓଡିଶା ସରକାର ଏଲିମେଂଟାରୀ ଶିକ୍ଷା ନିୟମ-2019 ରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ତା 11/02/2011ରିଖ ପୂର୍ବରୁ ନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ଓଟିଇଟି ଲାଗୁ ହେବନାହିଁ l ଏହା ସତ୍ୱେ “11/02/2011 ପୂର୍ବରୁ ନିଯୁକ୍ତ ଶିକ୍ଷକ ଓଟିଇଟି ବିନା ପଦୋନ୍ନତି ମନା” ସରକାରଙ୍କ ଏହି ନିର୍ଦେଶାନାମା କୁ ଚ୍ୟାଲେଞ କରି କିଛି ଶିକ୍ଷକ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିବା ବେଳେ କିଛି ଶିକ୍ଷକ ସଂଗଠନ ଆନ୍ଦୋଳନ କରିବା ପାଇଁ ସଜବାଜ ଆରମ୍ଭ କରିଦେଲେଣି l ଓଡିଶା ସରକାରଙ୍କ ଏହି ନିର୍ଦେଶନାମା ଫଳରେ ଓଡିଶା ରେ କାର୍ଯ୍ୟରତ ଗଣଶିକ୍ଷକ, ଅଣ ଅନୁଦାନ /ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ଶିକ୍ଷକ ଏବଂ ଯେଉଁ ଏଲିମେଂଟାରୀ ଶିକ୍ଷକ 2011 ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନଥାଇ ନିଯୁକ୍ତ ହୋଇଛନ୍ତି ସେମାନେ ସ୍ୱତନ୍ତ୍ର ଓଟିଇଟି (SOTET) ପରୀକ୍ଷା ଦେବା ବଦଳରେ 2011 ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକ ଙ୍କୁ ବାଧ୍ୟ କରାଯାଇଅଛି l ଏହି ନିଷ୍ପତ୍ତି ବିରୁଦ୍ଧରେ ଆଜି ସୋନପୁର ସହର ସୁବର୍ଣ୍ଣମେରୁ ମନ୍ଦିର ରେ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ସରକାରଙ୍କ ଉକ୍ତ ଆଦେଶ କୁ ଘୋର ବିରୋଧ କରାଯିବା ସହିତ ଆସନ୍ତା ଜୁନ ମାସ 4ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ, ସୁବର୍ଣ୍ଣପୁର ଙ୍କ ମାଧ୍ୟମରେ ସରକାରଙ୍କୁ ଉକ୍ତ ପତ୍ର ପ୍ରତ୍ୟାହାର କରିବା ସକାଶେ ଏକ ଦାବୀ ପତ୍ର ପ୍ରଦାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି l ଏହାପରେ ମଧ୍ୟ ସରକାର ଶିକ୍ଷକ ଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କଲେ ଆଗାମୀ ଦିନରେ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା l ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ହୃଷିକେଶ ଚାନ୍ଦ, ଦୋଳ ଗୋବିନ୍ଦ ପଣ୍ଡା, ବିଶ୍ୱବିହାରୀ ମିଶ୍ର, ଶ୍ରୀନିବାସ ରଥ, ଗୋପେଶ ପଣ୍ଡା, ସରୋଜ ସାହୁ, ଆଦି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ