ମାଲକାନଗିରି,୨୮ ମେ (ହି.ସ.) - ପ୍ରେସ କାଉନସିଲ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧlନିକ ଅଙ୍ଗ ଅଟେ ଯାହାକି ପ୍ରେସ କାଉନସିଲ ଆକ୍ଟ ୧୯୭୮ ଅନୁଯାୟୀ ଗଠିତ l ଏହାର ଦୁଇଟି ମୁଖ୍ୟ ଉଦେଶ୍ୟ ହେଉଛି ପ୍ରେସର ସ୍ୱାଧୀନତାକୁ ସୁରକ୍ଷିତ କରିବା ଓ ଭାରତର ସମ୍ବାଦ ପତ୍ର ଓ ସମ୍ବାଦ ପତ୍ରମାନଙ୍କର ମାନଦଣ୍ଡକୁ ରକ୍ଷା କରିବା l ନୂଆଦିଲ୍ଲୀ ସ୍ଥିତ ସୂଚନା ଭବନ, ସିଜିଓ କମ୍ପ୍ଲେକ୍ସ, ଲୋଦୀ ରୋଡ଼ ଠାରେ ପ୍ରେସ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ରାଜ୍ୟ ଶଖା ନlହିଁ l କିମ୍ବା ଏହି ନାମରେ ନାମିତ ପ୍ରାଧିକୃତ ଅଙ୍ଗ କୌଣସି ସ୍ଥାନରେ କାର୍ଯ୍ୟ କରେ ନlହିଁ l ମାତ୍ର ସମ୍ପ୍ରତି ଏହି ପ୍ରେସ କାଉନସିଲ ଶବ୍ଦଟି ଅନ୍ୟ ପ୍ରେସ ସଂଘଠନ ମାନଙ୍କ ଦ୍ୱାରା ବ୍ୟବହାର ହେବାର ମନ୍ତ୍ରଣାଳୟ ଦ୍ୱାରା ଅନେକ ଦୃଷ୍ଟିଗୋଚର ଦେଖିବାକୁ ମିଳୁଛି l ଯାଦ୍ୱାରା ଏହା ଯେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ଅସ୍ତିତ୍ୱ ଓ ମର୍ଯ୍ୟାଦା କ୍ଷତି କରୁଛି ତାହା ନୁହେଁ ବରଂ ଏହାର ବୈଶ୍ୟଷ୍ଟପୂର୍ଣ୍ଣ ନାମ ଓ ଅଦ୍ଵିତ୍ୟ ଶକ୍ତି ଉପରେ ପ୍ରଭାବ ପକାଉଛି l ଏଣୁ ଵିଧି ମାମଲା ବିଭାଗ ସ୍ୱଷ୍ଟ ମତ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଏହି ଶବ୍ଦକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଆଇନ ବିରୁଦ୍ଧ, ଯାହାକି ଚିହ୍ନି ଓ ନାମର ଅନୁଚିତ ବ୍ୟବହାର ନିବାରଣ ନିୟମ ୧୯୫୦ ଅନୁସାରେ ଅବୈଧ ଅଟେ l ଏହି ପରିପ୍ରେକ୍ଷୀରେ କୌଣସି ସ୍ଥାନୀୟ ସଂସ୍ଥା କିମ୍ବା ସଂଘଠନ ମାନଙ୍କ ପ୍ରତି ପ୍ରେସ କାଉନସିଲ କିମ୍ବା ଏହାର ହିନ୍ଦୀ ଅନୁବାଦ ଭାରତୀୟ ପ୍ରେସ ପରିଷଦ ନାମରେ ନିବନ୍ଧନ ବା ଵ୍ୟବହାରକୁ ସର୍ବଦା ବାରଣ କରାଯାଉଛି l ଏହାର ଉଲଂଘନ ଵିଧି ବ୍ୟବସ୍ଥା ଅନୁଯାୟୀ ଉଲଂଘନ କlରି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ, ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରlବଧାନ ରହିଛି l
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ