ଭଦ୍ରକ, ୨୮ ମଇ (ହି.ସ.) - ଭଦ୍ରକ ଜିଲ୍ଲାସ୍ତରୀୟ ରବି ଧାନମଣ୍ଡି ଧାମନଗର ସେବା ସମବାୟ ସମିତି ପରିସର ରେ ବୁଧବାର ଉଦଘାଟନ ସହ ଧାନକ୍ରୟ ର ଶୁଭାରମ୍ଭ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ୱାରା କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ, ଜିଲ୍ଲା କୃଷି ଅଧିକାରି ଦିଜବର ସେଠୀ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗ ରାଜ ବେହେରା, ଜିଲ୍ଲା ଡେପୁଟି ରେଜିଷ୍ଟର ପ୍ରଚିତା ଜେନା, ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଧାମନଗର ବ୍ଲକ ସାଂସଦ ପ୍ରତିନିଧି ମନୋଜ କୁମାର ମଲ୍ଲିକ, ଏନ ଏ ସି ପ୍ରତିନିଧି ସରୋଜ ମହାପାତ୍ର,ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ, ବିଡ଼ିଓ ବନ ବିହାରୀ ଦିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀ ଯେପରି ରବି ଧାନ ବିକ୍ରୟ କୁ ସହଜ, ସୁବିଧା ଓ ସ୍ୱଛତା ର ସହ କରିପାରିବ ସେଥିପ୍ରତି ବିଶେଷ ଯତ୍ନବାନ ହେବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ବୃନ୍ଦ ନିଜନିଜ ବିଭାଗ ମଧ୍ୟରେ ସୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସେ ଆହୁରି କହିଥିଲା ଯେ ବର୍ତମାନ ଯୁବପିଢି ଏବେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କୁ ସରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ। ଏହି ଅବସର ରେ ଜିଲ୍ଲା ର ବିଭିନ୍ନ ଅଧିକାରି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏବେ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ରବି ଧାନ କିଣା ଆରମ୍ଭ ହେବ। ପାଖା ପାଖି ୪୦ ହଜାର କୁଇଂଟାଲ ଧାନ କିଣିବାର ଲକ୍ଷ୍ୟ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ରାଉତ ରାୟ ସୂଚନା ଦେଇଥିଲେ ।ବ୍ଲକ କୃଷିଅଧିକାରିଣୀ ନମିତା ପଣ୍ଡା କାର୍ଯ୍ୟକ୍ରମ ସଭାକୁ ସଂଚାଳନା କରିଥିଲେ ।ଏଥିରେ ବିଭିନ୍ନ ବ୍ଲକରୁ ଚାଷୀମାନେ ଯୋଗଦେଇଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ