ଓଡ଼ିଶାର ସମନ୍ୱୟ, ହସ୍ତତନ୍ତ, ବୟନ ଓ ହସ୍ତ ଶିଳ୍ପ (ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ଯୋଜନା ସମୀକ୍ଷା କଲେ
ଖୋର୍ଦ୍ଧା, ୨୮ ମେ (ହି.ସ.) - ବୁଧବାର ଓଡ଼ିଶାର ସମନ୍ୱୟ, ହସ୍ତତନ୍ତ, ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ (ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ) ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାର
ମନ୍ତ୍ରୀ


ଖୋର୍ଦ୍ଧା, ୨୮ ମେ (ହି.ସ.) - ବୁଧବାର ଓଡ଼ିଶାର ସମନ୍ୱୟ, ହସ୍ତତନ୍ତ, ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ (ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ) ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଉନ୍ନୟନ ଅଗ୍ରଣୀ ଯୋଜନା ଗୁଡିକ ର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଛନ୍ତି । ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଂଚଳ ରାଣା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପିତାମ୍ବର ସାମଲ ଯୋଗଦେଇଥିଲେ କ୍ଷ ପ୍ରାରମ୍ଭରେ ଜିଲ୍ଲାପାଳ ମନ୍ତ୍ରୀ , ବିଧାୟକଙ୍କୁ ସ୍ୱାଗତ କରିବାସହ ସମସ୍ତ ଅଧିକାରୀ ନିଜ ନିଜ ବିଭାଗର ବିଭିନ୍ନ ଉନ୍ନୟନ ଯୋଜନା ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମ୍ବନ୍ଧରେ ମାନ୍ୟବର ମନ୍ତ୍ରୀଙ୍କୁ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ସୁନାରାମ ହେମ୍ବ୍ରମ୍‌, ଅତିରିକ୍ତ ଉପ ପୁଲିସ ଆୟୁକ୍ତ, ଭୁବନେଶ୍ୱର ପୁଲିସ ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି, ଭି ଭି ଆଇ ପି ପ୍ରୋଗ୍ରାମ,ଭି ଆଇ ପି ପ୍ରୋଗ୍ରାମ ସମ୍ୱନ୍ଧରେ ପ୍ରଭାରୀ ମନ୍ତ୍ରୀ ଙ୍କୁ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ୨୦୨୫ ବର୍ଷରେ ୨୦୨୩,୨୦୨୪ ବର୍ଷ ଅପେକ୍ଷା କମ କେସ ୪୩୭୧ ପଞ୍ଜୀକୃତ ହୋଇଥିବା ପ୍ରକାଶ କରିଥିଲେ । ସେହିପରି ଭି ଭି ଆଇ ପି ପ୍ରୋଗ୍ରାମ ୯ ଗୋଟି ଅନୁଷ୍ଠିତ ହୋଇଥିବାବେଳେ ଭି ଆଇ ପି ପ୍ରୋଗ୍ରାମ ୨୯୮ ଗୋଟି ଅନୁଷ୍ଠିତ ହୋଇଛି । ଏଥିସହ ଖଣ୍ଡଗିରି ମାଘ ସପ୍ତମୀ ମେଳା, ଅଶୋକାଷ୍ଟମୀ, ଦୋଳ ପୂର୍ଣ୍ଣିମା, ରାମ ନବମୀ, ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି,ମହାଶିବରାତ୍ରି ଆଦି ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣୀରେ ସଫଳ ଭାବେ ଆଇନଶୃଙ୍ଖଳା ସେବା ଯୋଗାଇ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଯୋଗଦେଇ ଖୋର୍ଦ୍ଧା ପୁଲିସ ଉପଖଣ୍ଡରେ ଖୋର୍ଦ୍ଧା ମଡେଲ ପୁଲିସ ଷ୍ଟେସନ,ଖୋରଧା ଶିଳ୍ପାଂଚଳ ଥାନା, ସଦର ଥାନା, ବାଘମାରି ଥାନା, ବେଗୁନିଆ ଥାନା, ଜଙ୍କିଆ ଥାନା ଏବଂ ବାଲୁଗାଁ ପୁଲିସ ଉପଖଣ୍ଡର ନିରାକାରପୂର୍ ଥାନା, ଟାଙ୍ଗୀ ଥାନା, ନାଚୁଣୀ ଥାନା, ବାଲୁଗାଁ ଥାନା,ଓ ବାଣପୁର ଥାନାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଉପସ୍ଥାପନ କରିଥିଲେ । ବିଗତ ୨୦୨୩,୨୦୨୪ ବର୍ଷ ଅପେକ୍ଷା ଚଳିତବର୍ଷ ୧୬୩୨ କେସ ପଞ୍ଜୀକୃତ ହୋଇଥିବା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ । ପରେ ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇ କହିଲେ ଖୋର୍ଦ୍ଧା ବନଖଣ୍ଡ ରେ ପ୍ରାୟ ୬୦/୭୦ ହାତୀ ଅଛନ୍ତି କ୍ଷ ୨୦୨୪-୨ ୦୨୫ବର୍ଷରେ ୩୮୬୬ କ୍ଷତିଗ୍ରସ୍ତ ଦରଖାସ୍ତ ଆସିଥିବାବେଳେ ସହାୟତା ରାଶି ବାବଦକୁ ୨୦୯୨୨୩୯୦ଟଙ୍କା ଦିଆଯାଇଛି । ବର୍ତମାନ ଡ୍ରୋନ ଦ୍ୱାରା ହାତୀର ସ୍ଥିତି ଜାଣି ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପ୍ରକଳ୍ପ ଅଗ୍ରଗତି ୭୦.୯୪ -/- ଥିବାବେଳେ ଅନ୍ତଦ୍ୱୟ ଗୃହ ଯୋଜନା ୨୦୨୪-୨ ୫ବର୍ଷରେ ୧୭୫୭ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୧୪୬୦ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି କ୍ଷ ଅମୃତ ସରୋବର ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ୫୭୦ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୫୮୩ ଗୋଟି ଚିହ୍ନଟ କରାଯାଇଛି । ଲକ୍ଷ ପତି ଦିଦି ଯୋଜନାରେ ୫୪୭୯୨ ଜଣଙ୍କୁ ସାମିଲ କରାଯାଇ ୯୪.୪୨ଶତକଡା ସଫଳତା ମିଳିଛି । ଏସ ଏସ ଜି ବ୍ୟାଙ୍କ ସଂଯୋଗରେ ୯୮ଶତକଡା ସଫଳତା, ପ୍ରଧାନମନ୍ତ୍ରୀ (ସହରାଂଚଳ)୧.୦ ଯୋଜନାରେ ୧୫୦୬ଗୃହ ନିର୍ମାଣଧୀନ ଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ (ସହରାଂଚଳ)୨.୦ରେ୧୬୫ ଗୋଟି ପ୍ରକଳ୍ପ ରିପୋର୍ଟ ଦାଖଲ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରାଜ୍ୟଶ୍ରୀ ପଟ୍ଟନାୟକ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଆରୋଗ୍ୟ ଯୋଜନା, ବୟୋବନ୍ଦନା ଯୋଜନା ୭୮୯୩୧୧ କାର୍ଡ ପ୍ରାପ୍ତ ହୋଇଥିବା ବେଳେ ୫୩୬୨୬୫ହିତାଧିକାରୀଙ୍କୁ କାର୍ଡ ବଂଟାଯାଇ ଶତକଡା ୬୮ ପ୍ରତିଶତ ସଫଳତା ମିଳିଛି । ଜିଲ୍ଲାରେ ଡାକ୍ତର ମଞ୍ଜୁରୀ ପଦବୀ ୫୧୬ ଥିବାବେଳେ ୨୬୬ ଡାକ୍ତର ସେବାରକ୍ତ ଅଛନ୍ତି ଏବଂ ୨୫୦ ପଦବୀ ଖାଲି ଅଛି ଓ ୭୪ ଡାକ୍ତର ସ୍ନାତାକୋତର ପଢ଼ିବା ପାଇଁ ଯାଇଛନ୍ତି । ଉପନିବନ୍ଧ , ସମବାୟ ସମିତି , ଅଳକାନନ୍ଦ ଜେନା ଖରିପ୍ ୨୦୨୪,୨୦୨୫ ବର୍ଷରେ ଚାଷୀଙ୍କୁ ଋଣ ପ୍ରଦାନରେ ୯୯ଶତକଡା ସଫଳତା ମିଳିଥିବା ବେଳେ ୨୦୨୪ରବି ଚାଷରେ ଏହା ୯୭ଶତକଡା ସଫଳତା ମିଳିଛି କ୍ଷ ପ୍ରଧାନମନ୍ତ୍ରୀ ଫସଲବିମା ଯୋଜନାରେ ୫୫୨୩୦ଚାଷୀ ଙ୍କୁ ଅନ୍ତର୍ଭୁକ୍ତ କରାଯାଇ ବୀମା ରାଶି ବାବଦକୁ ୧୭୮.୪୬କୋଟି ରଖାଯାଇଛି । ସହକାରୀ ନିର୍ଦେଶକ, ହସ୍ତଶିଳ୍ପ,୨୦୨୪-୨ ୫ବର୍ଷର ହସ୍ତ ଶିଳ୍ପ ସଫଳତା ତଥ୍ୟ ପ୍ରଭାରିମନ୍ତ୍ରୀଙ୍କୁ ଉପସ୍ଥାପନ କରି ଥିବା ବେଳେ ସହକାରୀ ନିର୍ଦେଶକ, ବୟନଶିଳ୍ପ, ବଳିଆ ଯୋଜନା ରେ୨୦୨୪-୨୫ ବର୍ଷରେ ସଭ୍ୟ ସଂଖ୍ୟା ୩୦୯୧୫ ଓ ଉତ୍ପାଦ ବିକ୍ରୀ ୩୦୩.୮୪୭ ଲକ୍ଷ, ମୁଖ୍ୟ ମନ୍ତ୍ରୀ ବୟନ ଜ୍ୟୋତି ଯୋଜନା ଉପରେ ସୁବିଷ୍ଟ୍ରୁତ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ ରାସନ କାର୍ଡ ଇ କେ ୱାୟୀ ସି ଯାଂଚରେ ଶତକଡା ୯୩.୭ଶତକଡା ସଫଳତା ମିଳିଛି ବୋଲି ପ୍ରକାଶ କରି ୧୨,୯୨,୧୫୬ ଯାଂଚ କରାଯାଇ ଅବଶିଷ୍ଟ ୩୯୩୭୪ ଦରଖାସ୍ତ ଯାଂଚ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀଙ୍କୁ ଅବଗତ କରିଥିଲେ କ୍ଷ ସେହିପରି ଜିଲ୍ଲାରେ ୨୦୦୪୮ ମୃତ ହିତାଧିକାରୀ ଙ୍କ ନାମ ତାଲିକାରୁ କଟାଯାଇଛି କ୍ଷ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନ ସିକିମ ସତ୍ୱ ୨୦୦୧, ବସୁନ୍ଧରା ୨୨୨,ବେ ବନ୍ଦୋବସ୍ତ ୪୪୫, ଖାସ ମାହାଲ ୧୫୭, ଏଫ ଆର ଟାଇଟଲସ୧୯୭୦ , ପ୍ରାଥମିକ ବିଦ୍ୟାଳୟକୁ ଆର ଓ ଆର ସଂଶୋଧନ କରାଯାଇ ୪୨୦ ପଟ୍ଟା, ଉଚ୍ଚବିଦ୍ୟାଳୟ କୁ ୧୧୩ପଟ୍ଟା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ପଟ୍ଟା ଏବଂ ସ୍ନାତକ ମହାବିଦ୍ୟାଳୟକୁ ୧୫ପଟ୍ଟା ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ୧ଜୁଲାଇ ୨୦୨୪ରୁ ୨୭ମଇ ୨୦୨୫ପର୍ଯ୍ୟନ୍ତ ସି ଏମ ଓ ଅଭିଯୋଗ ୪୪୯୩ପ୍ରାପ୍ତ ହୋଇଥିବା ବେଳେ ୪୧୮୩ଅଭିଯୋଗ ସମାଧାନ କରାଯାଇ ୩୧୦ଅଭିଯୋଗ ଖୁବ ଶୀଘ୍ର ସମାଧାନ ହେବ ବୋଲି କହିଥିଲେ । ପରେ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର ଜିଲ୍ଲାର ଜରୁରୀ କାଳୀନ ସେବା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ସ୍ମିତା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ.ଗୀତାଂଶୁ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାନିଶ୍ରୀ ପଟ୍ଟନାୟକ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ସମୁଚିତା ମଲ୍ଲିକ, ଜିଲାଶ୍ରମ ଅଧିକାରୀ,, ଇଡକୋ ବିଭାଗ,, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ସେବା ବିଭାଗ,ଗ୍ରାମ୍ୟ ନିର୍ମାଣ, ପୂର୍ତ କୁ ନେଇ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଅଧିକାରୀ ମାନେ ପ୍ରଭାରୀ ମନ୍ତ୍ରୀ ଙ୍କୁ ତଥ୍ୟ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାରେ ପ୍ରଶାସନିକ ଦକ୍ଷତା ଯୋଗୁ ସମସ୍ତ ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ଯୋଜନା କାର୍ଯ୍ୟ କାରିତାରେ ସନ୍ତୁଷ୍ଟି ପ୍ରକାଶ କରିବାସହ ଜିଲ୍ଲା ପ୍ରଶାସନ କୁ ଓ ଅଧିକାରୀ ମାନଙ୍କୁ ଧନ୍ୟ ବାଦ୍ ଦେଇ ପ୍ରକୃତ ହିତାଧିକାରୀଙ୍କ ସମସ୍ୟା ବୁଝି ଯୋଜନାର ସୁଫଳ ପହଂଚାଇ ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଙ୍କ ପ୍ରଶ୍ନକୁ ଆଧାର କରି ସମସ୍ତ ତହସିଲଦାର ସରକାରୀ ଜମି ଜବରଦଖଲଉଚ୍ଛେଦ ଆଇନ ଅନୁଯାୟୀ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ,ଲାଇନ ଡିପାର୍ଟମେଂଟ ବରିଷ୍ଠ ଯନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande