ବଲାଙ୍ଗିର, ୨୮ ମେ (ହି.ସ.) - ଜେଷ୍ଟ କୃଷ୍ଣ ପକ୍ଷ ୨୭ ତାରିଖ ଦିନ ସିଦ୍ଧ ଶନିଶ୍ଚର ସିଗ୍ନାପୂର୍ ମହାରାଜ ବଲାଙ୍ଗିର ନୃସିଂହ ମନ୍ଦିର ପାଖରେ ଶନି ମହାପୁରାଣ ପାରାୟଣ ଆରମ୍ଭ ଉପଲକ୍ଷେ ସକାଳ ୮ ଘଂଟା ରେ କଳସ ଶୋଭାଯାତ୍ରାରେ କୁମ୍ଭ ଅଣାଯାଇ ଥିଲା। ୯ ଘଂଟା ୨୭ ମିନିଟ ରେ ବ୍ୟାସ ଲିପକ ମିଶ୍ର ପୁରାଣ ପାଠ କରିଥଲେ ୨୮ ମଇ ଦିନ ୧ ଘଂଟ।। ରେ ପୂର୍ଣ୍ଣାହୂତି ପୂଜା ଅନୁଷ୍ଠିତ ହୋଇଥିଲା। ମନ୍ଦିର ପୂଜା କମିଟି ମୁଖ୍ୟ ବାବା ରମଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍୍ୟକ୍ରମରେ ମୁଖ୍ୟ କର୍ତା ରୂପରେ ଶ୍ରୀମତୀ ପଦ୍ମିନୀ ସାହୁ ଓ ସ୍ୱାମୀ ସୁରେଶ ସାହୁ ସମସ୍ତ କାର୍ଯ୍ୟ କର୍ତା ରୁପେ ପୂଜାରେ ବସି ସମସ୍ତ କାମ ସମ୍ପାଦନ କରିଥଲେ। ପ୍ରତିକୂଳ ପାଗ ସତ୍ୱେ ସମସ୍ତ କାର୍ଯ୍ୟକ୍ରମ ରେ ଶନି ଭକ୍ତ ମାନଙ୍କ ସମେତ ନଗର ମାଆ ଭଉଣୀ ଶ୍ରଦ୍ଧାଳୁ ମନେ ଯୋଗଦେଇ ଶନିକୃପା ଲାଭ କରିଥିଲା। ପୂର୍ଣ୍ଣାହୂତି ପରେ ଭକ୍ତ ମାନଙ୍କୁ ଅନ୍ନ ଭୋଗ ପ୍ରସାଦ ଦିଆଯାଇଥିଲା। ବଲାଙ୍ଗିର ରେ ପ୍ରଥମ କରି ଶନି ପୁରାଣ ପାଠ ଯୋଗୁଁ ଉତ୍ସବ ଦେଖା ଯାଇଥିଲା ।
-------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ