ପୂର୍ବରୁ ବିଜେଡି ନେତାଙ୍କର କହିବାର ସ୍ୱାଧୀନତା ନଥିଲା - ସରୋଜ ପାଢ଼ୀ
ଭୁବନେଶ୍ୱର, ୨୮ ମଇ (ହି.ସ.)- ଅରୁଣ ସାହୁଙ୍କୁ କଡ଼ା କାଉଂଟର କରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି ଯାହା ହେଉ ଆଜି ବିଜେଡି ନେତା ମାନେ କିଛି କହୁଛନ୍ତି। ପୂର୍ବରୁ ତାଙ୍କର ସେତିକି ବି ସ୍ୱାଧୀନତା ନଥିଲା । ବିଜେଡି ନେତାଙ୍କୁ କହିବାର ସୁଯୋଗ ବିଜେପି ଆଣିକି ଦେଇଛି । ଆଗରୁ ଏତିକି ମଧ୍ୟ
ପୂର୍ବରୁ ବିଜେଡି ନେତାଙ୍କର କହିବାର ସ୍ୱାଧୀନତା ନଥିଲା - ସରୋଜ ପାଢ଼ୀ


ଭୁବନେଶ୍ୱର, ୨୮ ମଇ (ହି.ସ.)- ଅରୁଣ ସାହୁଙ୍କୁ କଡ଼ା କାଉଂଟର କରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି ଯାହା ହେଉ ଆଜି ବିଜେଡି ନେତା ମାନେ କିଛି କହୁଛନ୍ତି। ପୂର୍ବରୁ ତାଙ୍କର ସେତିକି ବି ସ୍ୱାଧୀନତା ନଥିଲା । ବିଜେଡି ନେତାଙ୍କୁ କହିବାର ସୁଯୋଗ ବିଜେପି ଆଣିକି ଦେଇଛି । ଆଗରୁ ଏତିକି ମଧ୍ୟ କହିବାର କାହାର ସାହାସ ନଥିଲା। ବିଜେଡି ର ୨୪ ବର୍ଷ ଶାସନରେ କଣ ହୋଇଥିଲା ତାହା ସମସ୍ତେ ଦେଖିଛନ୍ତି ଓ ଜାଣିଛନ୍ତି । ୫-ଟି ନାଁ ରେ କେତେ ହଜାର କୋଟି ଲୁଟ କରି ଓଡ଼ିଶାରୁ ନେଇଗଲେ ତାହା ବି ଓଡ଼ିଶା ବାସୀ ଦେଖିଛନ୍ତି । ମୋହନ ମାଝୀଙ୍କ ସରକାର ବର୍ଷେ ଭିତରେ ଯାହା କରିଛନ୍ତି ତାହା ୨୪ ବର୍ଷ ମଧ୍ୟରେ ବିଜେଡି କରି ପାରି ନଥିଲା। ବର୍ଷେ ଭିତରେ ଆମ ସରକାର ଯାହା କରିଛି ୨୪ ବର୍ଷ କଣ ୨୪୦ ବର୍ଷ ବିଜେଡି ଶାସନ କଲେ ମଧ୍ୟ ତାହା କରି ପାରିବ ନାହିଁ। ସେମାନେ କଣ କହିବେ ତାଙ୍କ କଥା ଲୋକ ବିଶ୍ୱାସ କରିବେ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande