କନ୍ଧମାଳ , ୨୮ ମଇ (ହି.ସ.) - ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଆଜି କନ୍ଧମାଳ ଜିଲ୍ଲାର ଅଭିଯୋଜକ ପୂର୍ଣ୍ଣ ଚନ୍ଦ୍ର ନାଗ୍ ଆଜି ସ୍ୱତନ୍ତ୍ର ଅଭିଯୋଜକ (ସ୍ପେଶାଲ ପିପି ) ସୌମେନ୍ଦ୍ର ସାହୁଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ ଗତ ୨୧ ତାରିଖରେ ରାଜ୍ୟରେ କାର୍ଯ୍ୟରତ ୨୨ ଜଣ ଅତିରିକ୍ତ ଅଭିଯୋଜକ (ଏପିପି ) ଙ୍କୁ ରାଜ୍ୟ ସରକାର ପବ୍ଲିକ ପ୍ରୋସିକୁଟର୍ ଭାବେ ପଦୋନ୍ନତି ଦେଇଛନ୍ତି। ସ୍ପେଶାଲ ପିପି ଶ୍ରୀ ସୌମେନ୍ଦ୍ର ସାହୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଓ ଅତିରିକ୍ତ ଅଭିଯୋଜକ ଶିବ ତ୍ରିପାଠୀ ଉତରୀୟ ଦେଇ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ପେଶାଲ ପିପି ପ୍ରତାପ ପାତ୍ର, ଅସିମ୍ ପ୍ରହରାଜ, ବିଜୟ ପଟ୍ଟନାୟକ, ବନମାଳୀ ବେହେରା, ସୁଶାନ୍ତ ମହାନ୍ତି,କମଳ ବେହେରା, ବିରୁପାକ୍ଷ ପଣ୍ଡା, ପଙ୍କଜ ବେହେରା,ପ୍ରତାପ ବେହେରା ଉଗ୍ରସେନ ନାୟକ, କ୍ୟାଡ଼ର ଏପିପି ଦିପାଞ୍ଜଳି ମହାପାତ୍ର ଓ କ୍ୟାଡ଼ର ଏପିପି ଦୀପକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏନଡିପିଏସ କେଶ୍ ରେ ଦଣ୍ଡ ହାର ବଢ଼ାଇବା ଓ ଦୋଷୀକୁ କଠୋର ଦଣ୍ଡ ଦେବା ନିମନ୍ତେ କାର୍ଯ୍ୟ କରିବେ ବୋଲି ଶ୍ରୀ ନାଗ୍ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ