ଜୟପୁର,୨୮ ମଇ (ହି.ସ.) - ଦୁଇଟି ଚୋରି ମାମଲାରେ ୯ ଅଭିଯୁକ୍ତକୁ କାବୁ କରିଛି ଜୟପୁର ଟାଉନ ପୋଲିସ । ୯ ଜଣଙ୍କ ମଧ୍ୟରୁ ୫ ଜଣକୁ ଗିରଫ କରିଥିବା ବେଳେ ୪ ଜଣକୁ ଜୁଭେଲାଇନ ଜଷ୍ଟିସଙ୍କ ନିକଟରେ ହଜାର କରିଛି । ଏନେଇ ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ଏଥିରେ ଏସଡିପିଓ ପାର୍ଥ କଶ୍ୟପ ଉପସ୍ଥିତ ରହି ସୂଚନା ଦେଇଛନ୍ତି । ଗତ ୨୫.୫.୨୫ ଓ ୨୯.୩.୨୫ ତାରିଖରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା କୁଜୁ କରି ତଦନ୍ତ ଆରମ୍ବ କରିଥିଲା । ଦୁଇଟି ମାମଲାରେ ୫ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଇରିଗେସନ କୋଲନିର ପପୁ ସୁନା (୧୯), ଅନିତ କୁଳଦିପ (୩୦) ଆଦିତ୍ୟ କନ୍ଦପାନ (୧୯) ଓ ଗୋପବନ୍ଦୁ ନଗରର ସ୍ୱାଧିନ ପାଣିଗ୍ରାହୀ (୨୦),କେନ୍ଦୁଗୁଡାର ମନୋଜ ଜାନୀ (୨୧) । ସୁଚନା ଅନୁଯାଇ ଗତ ୨୫.୫,୨୫ ତାରିଖରେ ଇରିଗେସନ କୋଲନିରେ ଶିକ୍ଷୟତ୍ରୀ ପ୍ରପରନି ପାଣିଗ୍ରାହୀ ଲିଖିତ ଅଭିଯୋଗ କରିଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବତମାନେ ବିଳମ୍ବିତ ରାତ୍ରରେ ଘର ତାଲା ଭାଙ୍ଗି ୮ ଭରି ସୁନା ଗହଣା, ୨ଟି ମୋବାଇଲ, ମୁଜିକ ଷ୍ଟିଡମ, ୫ଟି ହ୍ୟାଣ୍ଡ ବ୍ୟାଗ, ୨ଟି ରୁପା ମୁଦି ସହ ଘର କରଣା ଜିନିଷ ଚୋରି କରି ନେଇଥିଲେ । ସେ ଗତ ୨୧ ତାରିଖ ଚିକିତ୍ସା ପାଇ ବ୍ରହ୍ମପୁର ଯାଇ ଫେରିବା ସମୟରେ ତାଲା ଭାଙ୍ଗା ଦେଖି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଅଭି ଯୋଗକୁ ଗୁରୁତର ସହ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହିପରି ୨୯.୩ ୨୫ ଲିଙ୍ଗରାଜ ନଗର ଚୋରି ହୋଇଥିଲା ଏହି ମାମଲାରେ କେନ୍ଦୁଗୁଡାର ମନୋଜ ଜାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ରେ ଜାଣି ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ସୁନା ଗହଣା ଜବତ କରିଛି । ଗିରଫ ଅଭିଯୁକ୍ତ ଅନିତ କୁଳଦୀପ ନାମରେ ୫ଟି ମାମଲା ପପୁ ସୁନା ନାମରେ ଗୋଟିଏ, ସ୍ୱାଧିନ ପାଣିଗ୍ରାହୀ ନାମରେ ୬ଟି ମାମଲା ରହିଛି । ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ଏସଆଇ ସିଦ୍ଧାନ୍ତ ବେହେରା , ଆର ମହାକୁଡ ଉପସ୍ଥିତ ଥିଲେ । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି