ଗାଡି ବ୍ୟାଟେରୀ ଓ ପାଲ ଚୋରି କରି ଯୁବକ ଅଦାଲତ ଚାଲାଣ
ପାଣିକୋଇଲି, ୨୬ ମଇ (ହିସ) : ପାଣିକୋଇଲି ପୁଲିସ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି । ଛିଡା ହୋଇଥିବା ଟ୍ରକରୁ ପାଲ ଓ ବ୍ୟାଟେରୀ ଚୋରି କ୍ରମାଗତ ଭାବେ ହେଉଛି । ପାଣିକୋଇଲି ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଜଣେ ଅଭିଯୁକ୍ତକୁ ଅଦାଲତ ଚାଲାଣ କରିଛ
ଗାଡି ବ୍ୟାଟେରୀ ଓ ପାଲ ଚୋରି କରି ଯୁବକ ଅଦାଲତ ଚାଲାଣ


ପାଣିକୋଇଲି, ୨୬ ମଇ (ହିସ) : ପାଣିକୋଇଲି ପୁଲିସ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି । ଛିଡା ହୋଇଥିବା ଟ୍ରକରୁ ପାଲ ଓ ବ୍ୟାଟେରୀ ଚୋରି କ୍ରମାଗତ ଭାବେ ହେଉଛି । ପାଣିକୋଇଲି ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଜଣେ ଅଭିଯୁକ୍ତକୁ ଅଦାଲତ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ଗୋଳେଇପୁର ଗ୍ରାମର ଇଦ୍ରିସ ଖାନଙ୍କ ପୁଅ ଟିକୋ ଖାନ ୨୨ ତାରିଖ ବିଳମ୍ବିତ ରାତ୍ରୀରେ ତାଙ୍କ ଛିଡାହୋଇଥିବା ଟ୍ରକରୁ ସେକ ଜୁମନ, ସେକ ରାଜୁ ଓ କ୍ôଷରୋଦ ମଲିକ ଏକ ବାଇକ ଓ ସ୍କୁଟିରେ ଆସି ୨ଟି ବ୍ୟାଟେରୀ ଆସି ଚୋରି କରିଥିବା ଖଲାସୀ ଦେଖିଥିଲା । ଏନେଇ ସେ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୧୪୦/୨୫ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଖମଣ ପଂଚାୟତ ନାହାନ୍ଦା ଗ୍ରାମର ଲକ୍ଷ୍ମୀଧର ମଳିକଙ୍କ ପୁଅ କ୍ôଷରୋଦ ମଳିକ ମଳିକଙ୍କ ଘରେ ଚଢାଉ କରିବାରୁ ସେ ଚୋରି କରିଥିବା ସ୍ୱୀକାର କରିଥିଲା । ଏଥି ସହିତ ତା ଘରୁ ୨ଟି ଚୋରିହୋଇଥିବା ବେଟାରୀ ଓ ଏକ ପାଲ ଜବତ କରାଯାଇଥିଲା । ଫଳରେ କ୍ôଷରୋଦକୁ ଗିରଫ କରାଯାଇ ଦଫା ୩୦୩(୨)/୩(୫) ବିଏନଏସରେ ଅଦାଲତ ଚାଲାଣ କରାଯାଇଛି ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande