ମହାକାଳପଡା ବ୍ଲକ ଅନାସ୍ଥା ଭୋଟ-ବେିଜଡି ଚିତପଟାଙ୍ଗ, ହାରେିଲ କଳ୍ପନା ରାଉତ
କେନ୍ଦ୍ରାପଡା-୨୮ମଇ (ହିସ) : ଆଜି ଥିଲା ମହାକାଳପଡ଼ା ବ୍ଲକର ବହୁ ଚର୍ଚ୍ଚିତ ବ୍ଲକ ଅଧ୍ୟକ୍ଷା ପାଦବୀ ନିମନ୍ତେ ଅନାସ୍ଥା ଭୋଟ । ଉଭୟ ବିଜେପି ଓ ବିଜେଡି ଦଳର ମୁଖିଆଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବହୁ ଛକା,ପଞ୍ଝା କୋର୍ଟ, କଚେରୀ ମାମଲା ଏବଂ ଧାଁ ଧପଡ଼ ପରେ ଆଜିର ଦିନକୁ ନିଧାର୍ଯ୍ୟ ତାରିଖ ରୂପେ କୋର୍ଟ ପକ୍ଷ
ମହାକାଳପଡା ବ୍ଲକ ଅନାସ୍ଥା ଭୋଟ-ବେିଜଡି ଚିତପଟାଙ୍ଗ, ହାରେିଲ କଳ୍ପନା ରାଉତ


କେନ୍ଦ୍ରାପଡା-୨୮ମଇ (ହିସ) : ଆଜି ଥିଲା ମହାକାଳପଡ଼ା ବ୍ଲକର ବହୁ ଚର୍ଚ୍ଚିତ ବ୍ଲକ ଅଧ୍ୟକ୍ଷା ପାଦବୀ ନିମନ୍ତେ ଅନାସ୍ଥା ଭୋଟ । ଉଭୟ ବିଜେପି ଓ ବିଜେଡି ଦଳର ମୁଖିଆଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବହୁ ଛକା,ପଞ୍ଝା କୋର୍ଟ, କଚେରୀ ମାମଲା ଏବଂ ଧାଁ ଧପଡ଼ ପରେ ଆଜିର ଦିନକୁ ନିଧାର୍ଯ୍ୟ ତାରିଖ ରୂପେ କୋର୍ଟ ପକ୍ଷରୁ ଧର୍ଯ୍ୟ କରାଯାଇ କଡା ନିରାପତା ଓ ପୋଲିସର ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଅରୁଣ କୁମାର ନୟକଙ୍କ ଉପସ୍ଥିତିରେ ସାଂସଦ ଏବଂ ବିଧାୟକଙ୍କୁ ଛାଡିଲେ ପାଖାପାଖି ସର୍ବ ମୋଟ ୬୨ ଜଣ ଭୋଟର ମାନଙ୍କୁ ନେଇ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା । ସେଥି ମଧ୍ୟରୁ ବିଜେପି ଦଳ ସର୍ବମୋଟ ୪୯ ଖଣ୍ଡ ଭୋଟପାଇ ବାଜିମାତ କରି ଥିବାବେଳେ ବିଜେଡି ମାତ୍ର ୧୩ ଖଣ୍ଡ ଭୋଟ ପାଇ ସମ୍ପୂର୍ଣ୍ଣ ଭାବେ ଚିତ ପଟାଙ୍ଗ ମାରିଛି ବୋଲି ଦେଖିବାକୁ ମିଳିଛି । ବିଜେଡି ହାତ ମୁଠାରୁ ବ୍ଲକ ଅଧ୍ୟକ୍ଷା ପାଦବୀ ଚାଲି ଯାଇଥିବା ଜଣାପଡିଛି । ବିଜେଡି ହାତରୁ ବ୍ଲକ ଅଧ୍ୟକ୍ଷା ପଦବୀ ଚାଲି ଯିବାପରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗଡ଼ କୁହା ଯାଉଥିବା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ମହାକାଳପଡ଼ା ବ୍ଲଜ ବିଜେଡି ଗଡ଼ ଏବେ ବିଜେପି ମୟ ପାଲଟିବାକୁ ଯାଉଛି । ଅତନୁଙ୍କର ସଂକୁନୀ ପଶାପାଲି ଗୋଟି ଚାଳନା ଏବେ ସ୍ଥାନୀୟ ଲୋକପ୍ରିୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନୟକଙ୍କ ହାତ ମୁଠାରେ ବୋଲି ଚର୍ଚ୍ଚା ଯୋର ଧରିଲାଣି ।ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ପଂଚାୟତ ସମିତି କାର୍ଯ୍ୟାଳୟକୁ ବିଜେପି ତାର ହାତ ମୁଠାକୁ ନେଇଯିବା ପରେ ହୁଏ ତଃ ଅତନୁଙ୍କ ପାଇଁ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ବା ବ୍ଲକ ଆଜିଠାରୁ ରାଜନୈତିକ ପଶାପଲ୍ଲୀ ଖେଳର ଶେଷଦିନ ରୂପେ ଧରି ନେବା ଉଚିତ ବୋଲି କେହି କେହି କହୁଥିବା ବେଳେ ଆଉ କେହି କେହି ବିଜେଡି ପାଇଁ ଏହା ମଧ୍ୟ ଶେଷ ତାରିଖ ବୋଲି ମଧ୍ୟ କହିଲେଣି । ଅନାସ୍ଥା ଭୋଟ ଶେଷ ହେବାପରେ ପରେ ମହାକାଳପଡ଼ା ଠାରେ ବିଜେଡି ଦଳୀୟ ରାଜନୀତିରେ ଏବେଠାରୁ ପୂର୍ଣ୍ଣଛେଦ ପଡିଲା ବୋଲି ବହୁ ଦିନରୁ ନିଜ ନିଜ ମଧ୍ୟରେ ଦଳୀୟ କନ୍ଦୋଳରେ ଫସି ରହିଥିବା କିଛି ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଫୁସୁରୁ ଫାସର ମଧ୍ୟ ଆରମ୍ଭ ହୋଇଥିବା ଶୁଣିବାକୁ ମିଳିଲାଣି । କୁଆଡେ ୨୪ ବର୍ଷର ବିଜେଡି ସରକାର ସାଶନ କାଳ ମଧ୍ୟରେ ମାରିପିଟି, ଗରିବ, ଅସହାୟ ଲୋକ ମାନଙ୍କ ପେଟକୁ ଲାତମାରି ଯାହା ସବୁ ଖାଇଥିଲା ତାହାର ଏସବୁ ପ୍ରତିଫଳନ ବୋଲି ବ୍ଲକ ବାସିନ୍ଧାମାନେ ନିଜ ନିଜ ପ୍ରତିକ୍ରିୟାୟର କହିଥିବା ଶୁଣିବାକୁ ମିଳିଛି । ଅନାସ୍ଥା ଭୋଟରେ ଜିତି ବିଜେପି ଯେତିକି ଖୁସି ପ୍ରକଟ କରୁଛି ବିଜେଡି ଦଳ ହାରିବା ପରେ ହାଇ କମଣ୍ଡଙ୍କ ତାଗିଦ ଗାଳି ଏବଂ ଅନୁ ତାପରେ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ଆଗାମୀ ଦିନରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ଆଗକୁ ଆଉ ବଢିବା ତଃ ଦୂରର କଥା ବିଜେପି ମାଟିରେ ବିଜେଡି ଦୁବ ଆଉ ଟିକେ ଆଉ କଁଳିବ କି ନାହିଁ ତାହା ତାହା ମଧ୍ୟ ସନ୍ଦେହ ଘେରରେ । ତେବେ ଦେଖାଯାଉ ମହାକାଳପଡ଼ାର ଗୋଳ ମାଳିଆ ବିଜେଡି ରାଜନୀତି ଆଗାମୀ ପଂଚାୟତ ଭୋଟର ସାମ୍ନା କରି ପାରୁଛୁ ନା ପୁଣି ଚିତ ପଟାଙ୍ଗ ମାରୁଛି ଖାଲି ଯାହା ବାକି ରହିଲା ଦେଖିବାକୁ ।

------------

-------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande