ଆକାଶ ଅମ୍ବାନୀଙ୍କ ଓଡ଼ିଶା ଗସ୍ତ ପାଇଁ ପୋଲିସ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, 28 ମେ (ହି.ସ.) - ଆଜି ଓଡିଶା ଆସିବେ ଆକାଶ ଅମ୍ବାନୀ । ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ । ତାଙ୍କ ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ପୋଲିସ କମିଶନର ଭୁବନେଶ୍ବର , ଡିସିପି , ଏୟାରପୋର୍ଟ ଅଥ
ଆକାଶ ଅମ୍ବାନୀଙ୍କ ଓଡ଼ିଶା ଗସ୍ତ ପାଇଁ ପୋଲିସ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ


ଭୁବନେଶ୍ୱର, 28 ମେ (ହି.ସ.)

- ଆଜି ଓଡିଶା ଆସିବେ ଆକାଶ ଅମ୍ବାନୀ । ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ । ତାଙ୍କ ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ

ବୈଠକ ବସିଛି । ବୈଠକରେ ପୋଲିସ କମିଶନର ଭୁବନେଶ୍ବର , ଡିସିପି

, ଏୟାରପୋର୍ଟ ଅଥରିଟି , ସିଆଇଏସଏଫ କମାଣ୍ଡାଣ୍ଟଙ୍କ ସମେତ ଜୋନ 2 ଏସିପି, ଏୟାରପୋର୍ଟ ଆଇଆଇସି ଉପସ୍ଥିତ ଅଛନ୍ତି । ଆକାଶ ରାତି 11 ଟାରେ ଭୁବନେଶ୍ବର ଏୟାରପୋର୍ଟରେ ତାଙ୍କ ନିଜସ୍ବ ଚାଟାର୍ଡ ଫ୍ଲାଇଟରେ

ପହଁଚି ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରି

ଭୁବନେଶ୍ବର ଫେରିବେ । ଆକାଶଙ୍କ ସୁରକ୍ଷା ଦାୟିତ୍ବରେ ଜେଡ ସିକ୍ୟୁରୀଟି ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande