ଭୁବନେଶ୍ୱର, 28 ମେ (ହି.ସ.)- ଆଜି 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଶ୍ରୀବିଗ୍ରହଙ୍କ ବନକ ଲାଗି
ନୀତି ଯୋଗୁଁ ସନ୍ଧ୍ୟା 7ଟାରୁ ରାତି 11ଟା ଦର୍ଶନ ବନ୍ଦ ରହିବ । ବୁଧବାର ଜ୍ୟେଷ୍ଠ ଶୁକ୍ଳ
ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ହେବ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ
ହେବା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା