ଆଇନଜୀବୀ ସୀତାଂଶୁ ଦ୍ୱିବେଦୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର,୨୮ ମଇ (ହି.ସ.)- ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିରୋଧରେ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ଦ୍ୱାରା ଗଣମାଧ୍ୟମରେ ମିଥ୍ୟା ଅଭିଯୋଗ କରାଯାଇଛି। ଏନେଇ ଆଇନଜୀବୀ ଶ୍ରୀ ଦ୍ୱିବେଦୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବାର ୍‌କାଉନ୍‌ସିଲରେ ବିଜେପି ରାଜ୍ୟ ସଭାପତି
ଆଇନଜୀବୀ ସୀତାଂଶୁ ଦ୍ୱିବେଦୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ରାଜ୍ୟ ସଭାପତି


ଭୁବନେଶ୍ୱର,୨୮ ମଇ (ହି.ସ.)- ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିରୋଧରେ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ଦ୍ୱାରା ଗଣମାଧ୍ୟମରେ ମିଥ୍ୟା ଅଭିଯୋଗ କରାଯାଇଛି। ଏନେଇ ଆଇନଜୀବୀ ଶ୍ରୀ ଦ୍ୱିବେଦୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବାର ୍‌କାଉନ୍‌ସିଲରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅନୁରୋଧ କରିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ସାମଲ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୦୩/୦୪/୨୦୨୫ରେ ଆଇନଜୀବୀ ଦ୍ୱିଦେବୀ ଗଣାମଧ୍ୟମ ଆଗରେ କହିଥିଲେ ଯେ, ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଶପଥ ସମାରୋହ ୧୨ ଜୁ୍‌ନ ୨୦୨୪ରେ ହେବାର ଥିଲା। ଉକ୍ତ ଶପଥ ସମାରୋହ ଉତ୍ସବ ପାଇଁ ବିଜେପିର ସ୍ଥାନୀୟ ନେତାମାନେ ଶ୍ରୀ ଦ୍ୱିବେଦୀଙ୍କ ମହକିଲ ରାଜା ଚକ୍ରଙ୍କଠାରୁ ବିପୁଳ ଟଙ୍କା ଚାନ୍ଦା ଆକାରରେ ଦାବି କରୁଛନ୍ତି। ନଦେଲେ ଓପିଆଇଡି କୋର୍ଟରେ ଶ୍ରୀ ଦ୍ୱିବେଦୀଙ୍କ ଦ୍ୱାରା ଜାମିନ ପାଇଁ ଆବେଦନ ହୋଇଥିବା ଆର୍ôଥକ ମାମଲାର ଅଭିଯୁକ୍ତ ରାଜା ଚକ୍ରଙ୍କ କମ୍ପାନୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିକୁ ବନ୍ଦ କରି ଦିଆଯିବ। ଏଥି ଯୋଗୁ ସିଧାସଳଖ ଭାବେ ବିଜେପିର ରାଜ୍ୟ ମୁଖ୍ୟଙ୍କ ସଂଚୟ ବ୍ୟାଙ୍କ ଆକାଉଟକୁ ୫୩ ଲକ୍ଷ ଟଙ୍କା ଏବଂ ଆରଟିଜିଏସ୍ ମାଧ୍ୟମରେ ତାଙ୍କ ଆକାଉଂଟକୁ ୫୦ ଲକ୍ଷ ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ଗଣମାଧ୍ୟମରେ ଏପରି ମିଥ୍ୟା ଖବର ପ୍ରସାରଣ କରି ଶ୍ରୀ ସାମଲଙ୍କୁ ବଦ୍‌ନାମ କରିବାକୁ ଉଦ୍ୟମ କରାଯାଇଛି। ଶ୍ରୀ ସାମଲ ଏବେ ରାଜ୍ୟ ବିଜେପିର ସଭାପତି ଥିଲାବେଳେ ଏହା ପୂର୍ବରୁ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ସେ ପୂବର୍ତନ ରାଜ୍ୟ ସଭା ସଦସ୍ୟ ହେବା ସହ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ଏବେ ସରକାର ଗଠନ କରିଛି। ସେ ଜଣେ ପ୍ରତିଷ୍ଠିତ ବ୍ୟକିତ୍ୱ ହୋଇଥିବାବେଳେ ତାଙ୍କ ସାଧୁତା ବିଷୟରେ ସଭିଏଁ ଅବଗତ। ଏଭିଳି ସ୍ଥିତିରେ ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ଚରିତ୍ର ହନନ କରିବାକୁ ଉଦ୍ୟମ କରାଯାଇଛି। ଅପରପକ୍ଷେ ଶ୍ରୀ ଦ୍ୱିବେଦୀ ଭୁବନେଶ୍ୱରରେ ଜଣେ ଓକିଲ ଏବଂ ଓଡ଼ିଶା ରାଜ୍ୟ ବାର୍ ପରିଷଦର ଅଧ୍ୟକ୍ଷ। ରାଜ୍ୟ ବାର ପରିଷଦର ଅଧ୍ୟକ୍ଷ ଭାବେ ଦ୍ୱିବେଦୀ ଆଇନଗତ ବୃତି ଦୃଷ୍ଟିରୁ ଏକ ଉଚ୍ଚ ପଦବୀରେ ଅଛନ୍ତି। ଭିନ୍ନ ଭାବରେ କହିବାକୁ ଗଲେ, ଶ୍ରୀ ଦ୍ୱିବେଦୀ ରାଜ୍ୟର ଓକିଲମାନଙ୍କ ନେତା। ଏଭଳି ସ୍ଥିତିରେ କୌଣସି ଯଥାର୍ଥ କାରଣ ବିନା ଶ୍ରୀ ସାମଲଙ୍କ ବିରୋଧରେ ଅପମାନଜନକ ଅଭିବ୍ୟକ୍ତି କରିବାର ଶ୍ରୀ ଦ୍ୱିବେଦୀ କୌଣସି ଅଧିକାର ନାହିଁ। ତାଙ୍କ ଦ୍ୱାରା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏପରି ମିଥ୍ୟା ଖବର ପ୍ରସାରଣ ଦ୍ୱାରା ତାଙ୍କ ପ୍ରତିଷ୍ଠାକୁ ଆଂଚ ଆଣିବାକୁ ପ୍ରୟାସ କରାଯାଇଛି । ଆଇନଜୀବି ଶ୍ରୀ ଦ୍ୱିବେଦୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବାର କାଉନସିଲକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande