ଭୁବନେଶ୍ୱର, ୨୮ ମେ - ରାଜ୍ୟରେ ପୁଣି ବଢ଼ିଛି କୋଭିଡ୍ ପଜିଟିଭ ସଂଖ୍ୟା । ରାଜ୍ୟରେ ମୋଟ ୫ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ପୂର୍ବରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ । ଏବେ ଆଉ ୪ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ତେବେ ଚିହ୍ନଟ ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱର ଓ ଜଣେ ଖୋର୍ଦ୍ଧା ଅଂଚଳର । କେବଳ ରାଜ୍ୟ ନୁହେଁ ସାରା ଦେଶରେ ବି କୋଭିଡ୍ କେସ ବଢିବାରେ ଲାଗିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା