ଭୁବନେଶ୍ୱର, 28 ମେ (ହି.ସ.)- ଦିବ୍ୟାଙ୍ଗ ଦମ୍ପତିଙ୍କୁ 7 ଦିନ
ଭିତରେ ବିବାହ ସହାୟତା ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅବହେଳା କଲେ ହେବ ଆକ୍ସନ
ବୋଲି ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ଦିବ୍ୟାଙ୍ଗ ଯୁବକ ଯୁବତୀ ଏବ ସାଧାରଣ ବ୍ୟକ୍ତି ଭାବେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ
ସରକାର ସହାୟତା ଦେଉଛନ୍ତି । ତେଣୁ ପ୍ରୋତ୍ସାହନ ରାଶି ଦେବାରେ ଅବହେଳା ନ କରିବାକୁ ନିର୍ଦ୍ଦେଶ
। ଅନେକ ଆବେଦନ କାରି ସହାୟତା ରାଶି ପାଇଁ ଅପେକ୍ଷାରତ ଥିବା ସମୀକ୍ଷା ବେଳେ ସାମ୍ନାକୁ ଆସିଛି ।
ଆଗକୁ ଯଦି ଏଭଳି ଘଟଣା ସାମ୍ନାକୁ ଆସେ ଉତ୍ତର
ଦାୟୀ କର୍ତୃପକ୍ଷ ରହିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା