କୋଲକାତା, 28 ମେ (ହି.ସ.)- ପ୍ରସିଦ୍ଧ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ମମତା ଶଙ୍କର ମଙ୍ଗଳବାର ରାଷ୍ଟ୍ରପତି
ଭବନରେ ‘ପଦ୍ମଶ୍ରୀ’ ସମ୍ମାନ ଗ୍ରହଣ କରିଛନ୍ତି। ଏହି ସମ୍ମାନ
ପାଇବା ପରେ ସେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ହିନ୍ଦୁସ୍ଥାନ ସମାଚାର ସହ ଏକ ବିଶେଷ
ଆଲୋଚନାରେ ସେ କହିଛନ୍ତି ଯେ ଏହା ଏମିତି ଏକ ଅନୁଭୂତି ଯାହାକୁ ଶବ୍ଦରେ ବ୍ୟକ୍ତ କରିପାରିବି
ନାହିଁ। ସେ କହିଛନ୍ତି ଯେ ଏହା ମୋ ପାଇଁ ଈଶ୍ୱରଙ୍କର ଆଶୀର୍ବାଦ। ମୁଁ ବହୁତ ଖୁସି,
କିନ୍ତୁ
ମୋ ମନରେ କଣ ଚାଲିଛି ତାହା ବ୍ୟକ୍ତ କରିପାରୁନି। ଭାରତ ସରକାର ମୋତେ ଏହି ସମ୍ମାନ ପାଇଁ
ବାଛିଥିବା ଘଟଣା ମୋ କଳ୍ପନାରୁ ବାହାରେ ଥିଲା। ମୁଁ କେବେ ଏହା ବିଷୟରେ ଚିନ୍ତା କରିନଥିଲି,
ନା
ଏହା ପାଇଁ କେବେ ଆଶା କରିଥିଲି।
ମମତା ଶଙ୍କର କହିଛନ୍ତି ଯେ ସେ ତାଙ୍କ ଜୀବନରେ କେବେ କୌଣସି ଯୋଜନା କରିନଥିଲେ,
ବୋଧେ
ଏହି କାରଣରୁ ଯେତେବେଳେ ସେ ଏତେ ବଡ଼ ସମ୍ମାନ ପାଇଲେ, ସେ ଭାବବିହ୍ୱଳ ହୋଇଗଲେ।
ମମତା ଶଙ୍କର ତାଙ୍କର କ୍ୟାରିୟରରେ ୫୦ ଠାରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ମଧ୍ୟରେ 'ଦୂରତ୍ୱ'
(1978),
'ଏକ
ଦିନ ପ୍ରତିଦିନ' (1979), 'ଖାରିଜ'
(1982),
'ଗୃହଯୁଦ୍ଧ'
(1982),
'ଶାଖା
ପ୍ରଶାଖା' (1991), 'ଅଗନ୍ତୁକ'
(1991)
ଓ ସାମ୍ପ୍ରତିକ ଚଳଚ୍ଚିତ୍ର 'ପ୍ରଜାପତି'
(2023)
ସାମିଲ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା