ମଣିପୁରରେ ନୂଆ ସରକାର ଗଠନ ପାଇଁ 44 ବିଧାୟକ ପ୍ରସ୍ତୁତ, ରାଜ୍ୟପାଳଙ୍କୁ ଭେଟିଲେ 10 ବିଧାୟକ
ଇମ୍ଫାଲ, 28 ମେ (ହି.ସ.) - ରାଷ୍ଟ୍ରପତି ଶାସିତ ମଣିପୁରରେ ନୂତନ ସରକାର ଗଠନ ପାଇଁ ୪୪ ଜଣ ବିଧାୟକ ପ୍ରସ୍ତୁତ ଅଛନ୍ତି। ବିଜେପି ବିଧାୟକ ଥୋକଚୋମ ରାଧେଶ୍ୟାମ ସିଂହ କହିଛନ୍ତି ଯେ ସେମାନେ ବୁଧବାର ୯ ଜଣ ବିଧାୟକଙ୍କ ସହିତ ରାଜଭବନକୁ ଯାଇଥିଲେ ଏବଂ ସରକାର ଗଠନର ଆବେଦନ ସହିତ ରାଜ୍ୟପ
ମଣିପୁରରେ ନୂଆ ସରକାର ଗଠନ ପାଇଁ 44 ବିଧାୟକ ପ୍ରସ୍ତୁତ, ରାଜ୍ୟପାଳଙ୍କୁ ଭେଟିଲେ 10     ବିଧାୟକ


ଇମ୍ଫାଲ, 28 ମେ (ହି.ସ.)

- ରାଷ୍ଟ୍ରପତି ଶାସିତ ମଣିପୁରରେ ନୂତନ ସରକାର ଗଠନ ପାଇଁ ୪୪ ଜଣ ବିଧାୟକ ପ୍ରସ୍ତୁତ

ଅଛନ୍ତି। ବିଜେପି ବିଧାୟକ ଥୋକଚୋମ ରାଧେଶ୍ୟାମ ସିଂହ କହିଛନ୍ତି ଯେ ସେମାନେ ବୁଧବାର ୯ ଜଣ

ବିଧାୟକଙ୍କ ସହିତ ରାଜଭବନକୁ ଯାଇଥିଲେ ଏବଂ ସରକାର ଗଠନର ଆବେଦନ ସହିତ ରାଜ୍ୟପାଳ ଅଜୟ କୁମାର

ଭଲ୍ଲାଙ୍କ ସହ ସାକ୍ଷାତ କରିଛନ୍ତି । ରାଧେଶ୍ୟାମ ଏହି ବିବୃତ୍ତି ରାଜଭବନରେ ରାଜ୍ୟପାଳଙ୍କ ସହ ସାକ୍ଷାତ

ପରେ ଦେଇଛନ୍ତି । ମେ ୨୦୨୩ ରେ ମୈତେଇ ଏବଂ କୁକି ମଧ୍ୟରେ ଘଟିଥିବା ଜାତିୟ ସଂଘର୍ଷରୁ ବିଜେପି

ନେତୃତ୍ୱ ଥିବା ସରକାରରେ ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହ ତାଙ୍କର ପଦରୁ ଇସ୍ତଫା ଦେଇଥିଲେ। ଏହାପରେ

ଗତ ଫେବୃଆରୀ ଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଅଛି।

ରାଧେଶ୍ୟାମ କହିଛନ୍ତି ଯେ, ୪୪ ଜଣ ବିଧାୟକ ସରକାର ଗଠନ ପାଇଁ

ପ୍ରସ୍ତୁତ ଅଛନ୍ତି। ଆମେ ରାଜ୍ୟପାଳଙ୍କୁ ଏହି ବିଷୟରେ ସୂଚିତ କରିଛୁ। ଆମେ ରାଜ୍ୟପାଳଙ୍କ ସହିତ

ଏହା ବିଷୟରେ ଆଲୋଚନା କରିଛୁ ଯେ ବର୍ତ୍ତମାନ ଥିବା ସମସ୍ୟାର ସମାଧାନ କେମିତି ହେବ। ରାଜ୍ୟପାଳ

ଆମର କଥା ଶୁଣିଛନ୍ତି। ସେ ଆଶ୍ୱାସନା ଦେଇଛନ୍ତି ଯେ ସେ ଲୋକଙ୍କ ହିତରେ ସକାରାତ୍ମକ ପଦକ୍ଷେପ

ଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande