ଭୁବନେଶ୍ୱର, 28 ମେ (ହି.ସ.)- ବିଶ୍ଵ ରକ୍ତ କର୍କଟ ଦିବସରେବ୍ୟାପକ
ଜନସଚେତନତା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵ ରକ୍ତ କର୍କଟ
ଦିବସରେ ଆସନ୍ତୁ ଏହି ଜଟିଳ ରୋଗ ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା। ଏହି ଦୁରାରୋଗରେ
ପୀଡିତ ରୋଗୀଙ୍କ ମନୋବଳ ଦୃଢ କରିବା ପାଇଁ ଚେଷ୍ଟା କରିବା। ସୁସ୍ଥ ଜୀବନଶୈଳୀ ଆପଣଇବା,
ସଚେତନ
ହେବା ଏବଂ ସୁରକ୍ଷିତ ରହିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା