ନେପାଳ ଏବଂ ଚୀନର ସେନା ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ପାଇଁ ପ୍ରସ୍ତୁତ
କାଠମାଣ୍ଡୁ 28 ମଇ (ହି.ସ)-ନେପାଳ ଏବଂ ଚୀନ ମଧ୍ୟରେ ମିଳିତ ସାମରିକ ସୈନ୍ୟ ଅଭ୍ୟାସ ପାଇଁପ୍ରସ୍ତୁତ ଚାଲିଛି।ଏଥିପାଇଁ ଚୀନର ଜନମୁକ୍ତିସେନା ଏକ ପ୍ରତିନିଧିମଣ୍ଡଳ ନେପାଳ ଆସିଛି।ଚଳିତବର୍ଷ ଏହି ମିଳିତ ସାମରିକ ଅଭ୍ୟାସ ନେପାଳରେ ଅନୁଷ୍ଠିତ ହେବାକୁ ଯାଉଛି।ଚୀନର ଜନମୁକ୍ତି ସେନାର ଝିଞ୍ଜିୟାଙ୍ଗ ମିଲିଟ୍ରୀ
ନେପାଳ ଏବଂ ଚୀନର ସେନା ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ପାଇଁ ପ୍ରସ୍ତୁତ


କାଠମାଣ୍ଡୁ 28 ମଇ (ହି.ସ)-ନେପାଳ ଏବଂ ଚୀନ ମଧ୍ୟରେ ମିଳିତ ସାମରିକ ସୈନ୍ୟ ଅଭ୍ୟାସ ପାଇଁପ୍ରସ୍ତୁତ ଚାଲିଛି।ଏଥିପାଇଁ ଚୀନର ଜନମୁକ୍ତିସେନା ଏକ ପ୍ରତିନିଧିମଣ୍ଡଳ ନେପାଳ ଆସିଛି।ଚଳିତବର୍ଷ ଏହି ମିଳିତ ସାମରିକ ଅଭ୍ୟାସ ନେପାଳରେ ଅନୁଷ୍ଠିତ ହେବାକୁ ଯାଉଛି।ଚୀନର ଜନମୁକ୍ତି ସେନାର ଝିଞ୍ଜିୟାଙ୍ଗ ମିଲିଟ୍ରୀ କମାଣ୍ଡ ପାଞ୍ଚଜଣିଆ ପ୍ରତିନିଧିମଣ୍ଡଳ ବୁଧବାରରୁ ନେପାଳୀ ସେନା ସହିତ ଚଳିତ ବର୍ଷ ହେବାକୁ ଥିବା ମିଳିତ ସାମରିକ ଅଭ୍ୟାସର ପ୍ରସ୍ତୁତି ପାଇଁ ଆୟୋଜିତ ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି।ନେପାଳ ଏବଂ ଚୀନ ମଧ୍ୟରେ ସାଗରମାଥା ଫ୍ରେଣ୍ଡସିପ 2025 ନାମରେ ମିଳିଚତ ସାମରିକ ଅଭ୍ୟାସ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଦୁଇ ଦେଶ ମଧ୍ୟରେ ମିଳିତ ସାମରିକ ଅଭ୍ୟାସର ପଞ୍ଚମ ସଂସ୍କରଣ।2017ରୁ ଆରମ୍ଭ ହୋଇଥିବା ଏହି ମିଳିତ ସାମରିକ ଅଭ୍ୟାସ 2019 ପର୍ଯ୍ୟନ୍ତ କ୍ରମାଗତ ଜାରି ରହିଥିଲା କିନ୍ତୁ କରୋନା ମହାମାରୀ କରାରଣରୁ 2020ରୁ 2023 ପର୍ଯ୍ୟନ୍ତ ଏହା ହୋଇପାରିନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande