ବର୍ଷ ପୂର୍ତି ଅବସରରେ ୭ ନୂଆ ଏନଏସି ଘୋଷଣା କରିପାରନ୍ତିି ସରକାର
ଭୁବନେଶ୍ୱର, ୨୮ ମଇ (ହି.ସ.)- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ନୂଆ ଏନଏସି ଘୋଷଣା ହୋଇପାରେ। ପ୍ରାରମ୍ଭିକ ଭାବେ ୭ ନୂଆ ଏନଏସି ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏ ନେଇ ସଂକେତ ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ୩୦ ଜିଲ୍ଲାରୁ ପ୍ରସ୍ତାବ ପହଂଚି
ବର୍ଷ ପୂର୍ତି ଅବସରରେ ୭ ନୂଆ ଏନଏସି ଘୋଷଣା କରିପାରନ୍ତିି ସରକାର


ଭୁବନେଶ୍ୱର, ୨୮ ମଇ (ହି.ସ.)- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ନୂଆ ଏନଏସି ଘୋଷଣା ହୋଇପାରେ। ପ୍ରାରମ୍ଭିକ ଭାବେ ୭ ନୂଆ ଏନଏସି ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏ ନେଇ ସଂକେତ ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ୩୦ ଜିଲ୍ଲାରୁ ପ୍ରସ୍ତାବ ପହଂଚିଥିବା ବେଳେ ଏହାର ତର୍ଜମା ପାଇଁ ପଂଚାୟତିରାଜ ବିଭାଗକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପଠାଇଥିଲା। ଏଥିରୁ କିଛି ତର୍ଜମା କରି ପୁନର୍ବାର ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଇଛି ପଂଚାୟତିରାଜ ବିଭାଗ। ମନ୍ତ୍ରୀ କହିଛନ୍ତି ଖୁବ୍ ଶୀଘ୍ର ନୂଆ ଏନଏସି ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ। ଗତକାଲି ପଂଚାୟତିରାଜ ବିଭାଗ ମନ୍ତ୍ରୀ ବି କହିଥିଲେ ୭ ଟି ପ୍ରସ୍ତାବ ତର୍ଜମା କରି ଗୃହ ନଗର ଉନ୍ନୟନ ବିଭାଗକୁ ପଠା ଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande