କାଠମାଣ୍ଡୁ 28 ମଇ (ହି.ସ)-ନ୍ୟୁଜଲାଣ୍ଡର
ଉପପ୍ରଧାନମନ୍ତ୍ରୀ ଏବଂ ବିଦେଶମନ୍ତ୍ରୀ ୱିଷ୍ଟର୍ନ ପୀଟର୍ସଙ୍କ ଦୁଇ ଦିନିଆ ନେପାଳ ଗ୍ରସ୍ତ
ଆଜିଠାରୁ ଆରମ୍ଭ ହେଉଛି।ସେ କାଠମାଣ୍ଡୁ ପହଁଞ୍ଚିବାକୁ ଯାଉଛନ୍ତି।ନ୍ୟୁଜଲାଣ୍ଡରୁ
ଉପପ୍ରଧାନମନ୍ତ୍ରୀଙ୍କ ସ୍ତରରେ ପ୍ରଥମ ସରକାରୀ ଗ୍ରସ୍ତ। ସେ ନେପାଳର ବିଦେଶମନ୍ତ୍ରୀ ଡା.ଆରଜୁ
ରାଣାଙ୍କ ନିମନ୍ତ୍ରଣରେ ଆସୁଛନ୍ତି।ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଉନ୍ନତ
କରିବା ପାଇଁ କିଛି ଚୁକ୍ତିନାମା ସ୍ୱାକ୍ଷରତା କରିବାର ଆଶା କରାଯାଉଛି।ବୈଦେଶିକ ସଚିବ ଅମୃତରାଇ
କହିଛନ୍ତି ଯେ ନ୍ୟୁଜଲାଣ୍ଡର ଉପପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରପତି ରାମଚନ୍ଦ୍ର ପ୍ୟାଡେଲ ଏବଂ ପ୍ରଧାନମନ୍ତ୍ରୀ କେପି
ଶର୍ମା ଓଲୀଙ୍କ ସହ ସୌଜନ୍ୟମୁଳକ ସାକ୍ଷାତ ସ୍ଥିର ହୋଇଛି।ଏହା ବ୍ୟତୀତ ବୈଦେଶିକମନ୍ତ୍ରୀ ଆରଜୁ ରାଣା ଦେଉବାଙ୍କ ସହ ସନ୍ଧ୍ୟାରେ ଦ୍ୱିପାକ୍ଷିକ
ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।ନ୍ୟୁଜଲାଣ୍ଡର ଉପପ୍ରଧାନମନ୍ତ୍ରୀ ଆଜି ହେଲିକ୍ୟାପ୍ଟର
ମାଧ୍ୟମରେ ମାଉଣ୍ଟ ଏଭେରେଷ୍ଟ ପରିଦର୍ଶନ କରିବାକୁ ଯାଉଛନ୍ତି।ଗୁରୁବାର ହିଁ ତାଙ୍କର ଫେରିବାର କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା