କୋଭିଡରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନାହିଁ - ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ୨୮ ମଇ (ହି.ସ.)- ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଂଚିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। କୋଭିଡରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନାହିଁ । ତେଣୁ ଲୋକମାନେ ବ୍ୟସ୍ତ
କୋଭିଡରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନାହିଁ - ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ


ଭୁବନେଶ୍ୱର, ୨୮ ମଇ (ହି.ସ.)- ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଂଚିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। କୋଭିଡରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନାହିଁ । ତେଣୁ ଲୋକମାନେ ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯଦି କେଉଁଠି ରିପୋର୍ଟ ଆସେ ଆରଟିପିସିଆର କରିବୁ, ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ। ପ୍ରଥମ ରୋଗୀର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କର ଜିନମ୍ ସିକ୍ୱେନସିଂରୁ ଓମିକ୍ରନ ର ସବ୍ ଭାରିଆଂଟ ଜେଏନ ୧ ଚିହ୍ନଟ ହୋଇଛି । ଏଯାଏଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ନୂଆ ଗାଇଡ ଲାଇନ୍ ଆସିନାହିଁ। ପୂର୍ବରୁ ଥିବା ୨୦୨୨ ମସିହା ଗାଇଡ ଲାଇନ୍ ଅନୁସାରେ ହସ୍ପିଟାଲମାନେ କାମ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande