ମୁମ୍ବାଇ, 28 ମେ (ହି.ସ.)
-ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ମଧ୍ୟ ମହାନଗର ଓ ଉପନଗର
ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ କିଛି ଅଞ୍ଚଳରେ ଘଡିଘଡି
ସହିତ ବର୍ଷା,ବିଜୁଳି ଓ ପ୍ରବଳ ପବନ ବହିବାର ସମ୍ଭାବନା
ମଧ୍ୟ ଅଛି। ବୃହନ୍ମୁମ୍ବାଇ ନଗର ନିଗମ କହିଛି ଯେ ସମ୍ପୂର୍ଣ୍ଣ ଦିନ ଆକାଶ ମେଘାଚ୍ଛନ୍ନ ରହିବ। ମହାରାଷ୍ଟ୍ରର
ରାଜଧାନୀ ମୁମ୍ବାଇ ମଙ୍ଗଳବାର ଜଳମଗ୍ନ ହୋଇଯାଇଥିଲା। ଉପନଗର ଖାର ଅଞ୍ଚଳର ଅନେକ ସ୍ଥାନରେ ଜଳ
ଭରିବା କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗଗତକାଲି କହିଥିଲା ଯେ ଏବର୍ଷ
ଦେଶରେ ବର୍ଷା ଋତୁ ଦୀର୍ଘକାଳୀନ ହେଉଥିବା 106 ପ୍ରତିଶତ ଥିବାର ଆଶା କରାଯାଉଛି। ଏହି ଅନୁମାନ
ଏପ୍ରିଲ ମାସର 105 ପ୍ରତିଶତ ଅନୁମାନ ଠାରୁ ଅଧିକ। ଦେଶରେ ସାଧାରଣ ଭାବେ ଦୀର୍ଘକାଳୀନ ବର୍ଷା
ମାପ 868.6 ମି.ମି.। ଆଇଏମଡିକହିଛି ଯେ ମୌସୁମୀ ମଧ୍ୟରେ ସମଗ୍ର ଦେଶରେ
ସାଧାରଣରୁ ଅଧିକ ବର୍ଷା ହେବା ସହିତ, ଉତ୍ତର-ପଶ୍ଚିମ ଓ ପୂର୍ବ ଭାରତର କିଛି
ଅଞ୍ଚଳରେ ସାଧାରଣରୁ କମ୍ ବର୍ଷା ହେବାର ସମ୍ଭାବନା ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା