ନୂଆଦିଲ୍ଲୀ, 28 ମେ (ହି.ସ.)- ରାଷ୍ଟ୍ରପତି ଭବନ ମେ ୨୯ ଓ ୩୦ ତାରିଖରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ
କେନ୍ଦ୍ରରେ ସାହିତ୍ୟ ଏକାଡେମି (ସଂସ୍କୃତି ମନ୍ତ୍ରଣାଳୟ)ର ସହଯୋଗରେ ଏକ ସାହିତ୍ୟିକ ସମ୍ମିଳନୀର
ଆୟୋଜନ କରିବ।
ରାଷ୍ଟ୍ରପତି ସଚିବାଳୟ ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ ୨୯
ତାରିଖରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଓ ସାରା ଦେଶର ସାହିତ୍ୟିକମାନେ
ଉପସ୍ଥିତ ଥିବା ଅବସରରେ ସମ୍ମିଳନୀର ଉଦ୍ଘାଟନ କରିବେ।
ଏହି ଦୁଇ ଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟରେ ଅନେକ ଅଧିବେଶନ ହେବ ଓ ଦେବୀ ଅହିଲ୍ୟାବାଇ
ହୋଲ୍କରଙ୍କ ଗାଥା ସହିତ ଏହାର ସମାପନ ହେବ। ଏଥିରେ: ‘କବି ସମ୍ମିଳନୀ–ସିଧାସଳଖ ହୃଦୟରୁ’,
‘ଭାରତର
ନାରୀବାଦୀ ସାହିତ୍ୟ: ଏକ ନୂଆ ଦିଗ’, ‘ସାହିତ୍ୟରେ ପରିବର୍ତ୍ତନ ବନାମ
ପରିବର୍ତ୍ତନର ସାହିତ୍ୟ’, ଏବଂ ‘ବିଶ୍ୱ ପରିପ୍ରେକ୍ଷିରେ
ଭାରତୀୟ ସାହିତ୍ୟର ନୂଆ ଦିଗ ପରି ଅଧିବେଶନ ରହିବ’।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା