ପାକିସ୍ଥାନରେ ଝଡରେ ଛଅଜଣଙ୍କ ମୃତ୍ୟୁ ,କେଉଁଠି ଘର ଭାଙ୍ଗି ପଡିଛି ,କେଉଁଠି ବଜ୍ରପାତ ବିପର୍ଯ୍ୟୟ
ଇସ୍ଲାମାବାଦ 28 ମଇ (ହି.ସ)-ପାକିସ୍ଥାନରେ 24 ଘଣ୍ଟା ପୁର୍ବରୁ ଘଟିଥିବା ଶକ୍ତିଶାଳୀ ଝଡ ଯୋଗୁଁହୋଇଥିବା ଧ୍ୱଂସର ଦୃଶ୍ୟ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି।ଏହି ଝଡ ଯୋଗୁଁ ଦୁଇଟି ପ୍ରଦେଶ ଖୈବର ପଖ୍ତନଖ୍ୱାଏବଂ ପଞ୍ଜାବରେ ବହୁ ପରିମାଣର ଜୀବନ ଏବଂ ସମ୍ପତ୍ତିର କ୍ଷତି
ପାକିସ୍ଥାନରେ ଝଡରେ ଛଅଜଣଙ୍କ ମୃତ୍ୟୁ ,କେଉଁଠି ଘର ଭାଙ୍ଗି ପଡିଛି ,କେଉଁଠି ବଜ୍ରପାତ ବିପର୍ଯ୍ୟୟ


ଇସ୍ଲାମାବାଦ 28 ମଇ

(ହି.ସ)-ପାକିସ୍ଥାନରେ 24 ଘଣ୍ଟା ପୁର୍ବରୁ ଘଟିଥିବା ଶକ୍ତିଶାଳୀ ଝଡ ଯୋଗୁଁହୋଇଥିବା ଧ୍ୱଂସର ଦୃଶ୍ୟ ଧୀରେ ଧୀରେ ସାମ୍ନାକୁ

ଆସିବାରେ ଲାଗିଛି।ଏହି ଝଡ ଯୋଗୁଁ ଦୁଇଟି ପ୍ରଦେଶ ଖୈବର ପଖ୍ତନଖ୍ୱାଏବଂ ପଞ୍ଜାବରେ ବହୁ ପରିମାଣର ଜୀବନ ଏବଂ ସମ୍ପତ୍ତିର

କ୍ଷତି ହୋଇଛି।ଏହି ସମୟରେ ରାଜଧାନୀ ଇସ୍ଲାମାବାଦରେ ଲୋକଙ୍କୁ ପ୍ରବଳ ପବନର ସମ୍ମୁଖୀନ ହେବାକୁ

ପଡିଥିଲା।ପାକିସ୍ଥାନର ଦୁନିଆ ନ୍ୟୁଜ ଟିଭି ଚ୍ୟାନେଲ ଖବର ଅନୁସାରେ ଦେଶର ଖୈବର ପଖ୍ତୁନଖ୍ୱା

ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ମଙ୍ଗଳବାର ଶକ୍ତିଶାଳୀ ଝଡ ଆସିଥିଲା।ଏଥିରେ ଅତିକମରେ ଛଅ ଜଣଙ୍କର

ମୃତ୍ୟୁ ଘଟିଛିଏବଂ ଅନେକ ଲୋକ ଆହତ ହୋଇଛନ୍ତି।ସ୍ୱାବୀର

ମନକୀ ଗ୍ରାମରେ ପ୍ରବଳ ପବନ ଯୋଗୁଁ ଚାରଦୀୱାରୀ ଏବଂ ଛାତ ଭୁଶୁଡି ପଡିବାରୁ ଜଣେ ଶିଶୁର ମୃତ୍ୟୁ

ଘଟିଥିବାବେଳେ ତାଙ୍କ ମାଆ ଏବଂ ଭାଇ ଆହତ ହୋଇଛନ୍ତି।ଜିୟାରତ ଚାମ ବାବାରେ ଏକ ରୋଡର ଛାତ ଭୁଶୁଡି

ପଡିବାରୁ ଜଣେ ମହିଳା ଏବଂ ତାଙ୍କ ପୁଅ ଭଗ୍ନାବଶେଷ ତଳେ ଫସି ଯିବାରୁ ଆହତ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande