ଶୋଭନୀୟ ଶିକ୍ଷାଶ୍ରମରେ ସେବିକା କମଳା ମାଉସୀଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା
ଧର୍ମଶାଳା,୨୮ମଇ(ହି.ସ.) - ଯାଜପୁର ଜିଲା ଉଦୟଗିରିସ୍ଥ ଯୁଗ ସ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ ତଥା ଆନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଉତ୍ସର୍ଗୀକୃତ ସେବିକା କମଳା ଶତପଥୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାଶ୍ରମ ପରିସରରେ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍
ଶୋଭନୀୟ ଶିକ୍ଷ୍ରାମରେ ସେବିକା କମଳା ମାଉସୀଙ୍କ ଉଦ୍ଦେଶ୍ରରେ ସ୍ମୃତିଚାରଣ ସଭା


ଧର୍ମଶାଳା,୨୮ମଇ(ହି.ସ.) - ଯାଜପୁର ଜିଲା ଉଦୟଗିରିସ୍ଥ ଯୁଗ ସ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ ତଥା ଆନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଉତ୍ସର୍ଗୀକୃତ ସେବିକା କମଳା ଶତପଥୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାଶ୍ରମ ପରିସରରେ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀଙ୍କ ସଭାପତିତ୍ୱରେ ଅତିଥିଭାବେ ପୂର୍ବତନ କୂଳପତି ଡ. କୁମରବର ଦାସ,ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ,ଶିକ୍ଷାବିତ୍ କିଶୋର ଚନ୍ଦ୍ର ଦାସ,ରାମଚନ୍ଦ୍ର ସାମଲ,ମଧୁସୁଦନ,ଉମାକାନ୍ତ ବଳ,ଶୈଳେନ୍ଦ୍ର ନାରାୟଣ ରାୟ କରୁଣାକର ରଣା ,କରୁଣଶକର ପ୍ରଧାନ,ତୁଳସୀରାମ,ଇଂ ଦୟାନିଧି ରାଉତ,ନିରାକାର କୁମାର,ଅକ୍ଷୟ କୁମାର ଓ ରମେଶ ଚନ୍ଦ୍ର ପ୍ରମୁଖ ଯୋଗ ଦେଇ ଏହି ଶିକ୍ଷାଶ୍ରମରେ ନିଜକୁ ସମପର୍ତିତ କରିଥିବା ସେବିକା କମଳା ଶତପଥୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରି ନିଜ ଜୀବନ ଓ ଯୌବନକୁ ତିଳ ତିଳ କରି ଦଗ୍ଧ କରି ପିଲାଙ୍କୁ ମଣିଷ କରିବାକୁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅସରରେ ଶିକ୍ଷାଶ୍ରମ ପରିସରରେ ଅତିଥିମାନେ ‘ କମଳା ରୋଷଶାଳା’ ଓ ସ୍ମରଣିକା ‘କମଳା ମାଉସୀ’କୁ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବିଦ୍ୱାନ ବ୍ୟକ୍ତି ବିଶେଷ ଓ ପୁରୁତାନ ଛାତ୍ରଛାତ୍ରୀ ଯୋଗ ଦେଇ ସ୍ୱର୍ଗତ କମଳା ମାଉସୀଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାଶ୍ରମର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande