ଭୋପାଳ, 28 ମେ (ହି.ସ.)- ମଧ୍ୟପ୍ରଦେଶର ଗୁନା ରେଲ୍ୱେ ଷ୍ଟେସନରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଏବେ ସିଧାସଳଖ
ଟ୍ରେନ୍ ସେବା ଆରମ୍ଭ ହେବ। ରେଳ ମନ୍ତ୍ରଣାଳୟ ଏହି ଟ୍ରେନ୍ ଚାଲାଇବା ପାଇଁ ଅନୁମୋଦନ ଦେଇଛି।
କେନ୍ଦ୍ରୀୟ ସଂଚାର ମନ୍ତ୍ରୀ ତଥା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଦିନ ସୋସିଆଲ୍
ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ସେୟାର କରି ରେଳମନ୍ତ୍ରୀ
ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ରେଳ ମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା
ଅନୁମତି ପତ୍ରଟିକୁ ମଧ୍ୟ ସେୟାର କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ସିନ୍ଧିଆ ସୋସିଆଲ୍ ମିଡିଆ ମାଧ୍ୟମରେ କହିଛନ୍ତି ଯେ ଗୁନା-ବେଙ୍ଗାଲୁରୁ
ମଧ୍ୟରେ ଶୀଘ୍ର ଏକ ନୂତନ ଟ୍ରେନ୍ ଚାଲିବ। ମୋର ବିଶେଷ ଅନୁରୋଧ ଉପରେ ଗୁନାରୁ ବେଙ୍ଗାଲୁରୁ ପାଇଁ
ନୂତନ ଟ୍ରେନ୍ ପରିଚାଳନାକୁ ଅନୁମୋଦନ ଦେବା ପାଇଁ ରେଳ ମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
ଗ୍ୱାଲିୟର-ଚମ୍ବଳ ଅଞ୍ଚଳର ଯାତ୍ରୀମାନେ ଦୀର୍ଘ ସମୟ ଧରି ଉଠାଇଥିବା ଦାବି ପୂରଣ କରିବା ପାଇଁn କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ହୃଦୟପୂର୍ବକ ଧନ୍ୟବାଦ ଜଣାଉଛି । ଗୁନା ଅଞ୍ଚଳର
ଯାତ୍ରୀ, ବିଶେଷକରି ବେଙ୍ଗାଲୁରୁରେ କାର୍ଯ୍ୟରତ ମୋର ଯୁବ ସହଯୋଗୀମାନେ ଶୀଘ୍ର
ଏହି ଟ୍ରେନ୍ ସୁବିଧାର ଲାଭ ଉଠାଇପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା