ସୁବର୍ଣ୍ଣପୁର, ୨୯ ମଇ (ହି.ସ.) - ୧୫ ବର୍ଷ ରୁ କମ୍ ମୂଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଚମ୍ପିଅନସିପ ସମ୍ବଲପୁର ଜୋନାଲ ମ୍ୟାଚରେ ଭାଗ ନେବାକୁ ସମ୍ବଲପୁର ଜିଲ୍ଲା ଗସ୍ତରେ ବାହାରିଲେ ସୁବର୍ଣ୍ଣପୁର ଜିଲ୍ଲା ଫୁଟବଲ୍ ଟିମ୍ । ବରଗଡ ଜିଲ୍ଲା ସହିତ ଆଜି ମ୍ୟାଚ୍ ଖେଳିବେ ସୋନପୁର ଦଳ । ଏହି ଅବସର ରେ ଆଜି ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ପୀୟୂଷ କୁମାର ପଣ୍ଡା, ଉପଡେଷ୍ଟା କଇରୁ ସ୍ୱାଇଁ, କାର୍ଯ୍ୟକାରିଣୀ ସଦସ୍ୟ ପୁରୁଷୋତମ ପାଣିଗ୍ରାହୀ, ବିକାଶ ପଣ୍ଡା, ସୁଦର୍ଶନ ପଣ୍ଡା, ଫୁଟବଲ୍ ସଂପାଦକ ରାଜୀବ ସାହୁ, କଲିମ ମହମ୍ମଦ ପ୍ରମୁଖ ସଦସ୍ୟ ଏହି ଖେଳାଳି ଙ୍କୁ ଆଜି ଗାନ୍ଧୀ ଷ୍ଟାଡିୟମ୍ ଠାରେ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରି ଥିଲେ । ଜୋନାଲ ଚମ୍ପିୟନସିପ ଟୁର୍ଣ୍ଣାମେଂଟରେ ବୌଦ୍ଧ, ସୁନ୍ଦରଗଡ, ଓ ବରଗଡ଼ ଜିଲ୍ଲା ସହିତ ସୁବର୍ଣ୍ଣପୁର ଜିଲ୍ଲା ଫୁଟବଲ୍ ଟିମ୍ ତିନି ଗୋଟି ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏହି ଚାମ୍ପିୟନସିପ ରେ ଖେଳାଳି କଟକ ସ୍ପୋର୍ଟସ ହଷ୍ଟେଲ କୁ ମନୋନୀତ ହେବେ । ଆଜିର ମ୍ୟାଚ୍ ରେ ଉଭୟ ଦଳ ପକ୍ଷରୁ ଗୋଟିଏ ଗୋଟିଏ ଗୋଲ ସ୍କୋର ହୋଇ ମ୍ୟାଚ୍ ଡ୍ର (ବରାବର ) ହୋଇ ସୋନପୁର ଓ ବରଗଡ ଦଳ ଗୋଟାଏ ଗୋଟାଏ ପଏଂଟ ହାସଲ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ