ଏଥର ପୁଲିସ ମୁଖିଆ କୁହନ୍ତୁ ସୁରକ୍ଷା ରହିଲା କେଉଁଠି ? ଗୁଇନ୍ଦା କରୁଛି କଣ, ମିଟିଂ ପରେ ମିଟିଂ ଚାଲିଛି, ଟେର ମିଳୁନି କୁଆଡେ ଗଲା କିଏ ନେଲା ୪ ଟନ ବିସ୍ଫୋରକ
ରାଉରକେଲା, ୨୯ ମଇ (ହି.ସ.)- ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଁଚଳର ଏକ ସ୍ଥାନରେ ଥିବା ଏକ ଖଣିକୁ ଆସୁଥିବା ବାରୁଦ ଭର୍ତି ଟ୍ରକକୁ କବଜା କରି କିଛି ବ୍ୟକ୍ତି ଦିନ ଦ୍ଵି ପ୍ରହରରେ ବାରୁଦ ପେଟି ଲୁଟି ନେଉଛନ୍ତି, ରାସ୍ତାରେ ଯାଉଥିବା ଗାଡିକୁ ଅଟାକାଇ ଲୁଟୁଛନ୍ତି, କିନ୍ତୁ ଏନେଇ ପୁଲିସ
ଏଥର ପୁଲିସ ମୁଖିଆ କୁହନ୍ତୁ ସୁରକ୍ଷା ରହିଲା କେଉଁଠି ? ଗୁଇନ୍ଦା କରୁଛି କଣ, ମିଟିଂ ପରେ ମିଟିଂ ଚାଲିଛି, ଟେର ମିଳୁନି କୁଆଡେ ଗଲା କିଏ ନେଲା ୪ ଟନ ବିସ୍ଫୋରକ


ରାଉରକେଲା, ୨୯ ମଇ (ହି.ସ.)- ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଁଚଳର ଏକ ସ୍ଥାନରେ ଥିବା ଏକ ଖଣିକୁ ଆସୁଥିବା ବାରୁଦ ଭର୍ତି ଟ୍ରକକୁ କବଜା କରି

କିଛି ବ୍ୟକ୍ତି ଦିନ ଦ୍ଵି ପ୍ରହରରେ ବାରୁଦ ପେଟି ଲୁଟି ନେଉଛନ୍ତି, ରାସ୍ତାରେ ଯାଉଥିବା ଗାଡିକୁ ଅଟାକାଇ ଲୁଟୁଛନ୍ତି, କିନ୍ତୁ ଏନେଇ ପୁଲିସ ର ଗୁଇନ୍ଦା ପାଖରେ

ଆଗରୁ କିଛି ଖବର ରହୁନାହିଁ, ସେମାନେ କିଏ ତାହା ଏବେବି ପୁଲିସ ଜାଣିପାରୁନି, ସେ ଅଁଚଳ ଥାନା ବାବୁ ମାନେ କିଛି ଜାଣିପାରୁନାହାନ୍ତି, ଅଁଚଳରେ ଏସପି ତାଙ୍କର ତାଙ୍କ ଅଫିସ ଏସି ରେ ତାଙ୍କ ନିଜ କାମରେ ବ୍ୟସ୍ତ, ତେବେ ଏଠି ସୁରକ୍ଷା ଆଉ କେଉଁଠି ରହିଲା ? ଖୋଦ ପୁଲିସ ମୁଖିଆ ଏବେ ସ୍ପଷ୍ଟ କରିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ପୁଲିସ ରାଜ୍ୟ ମୁଖିଆ ଗତ କିଛିଦିନ ତଳେ ପଡୋଶୀ ରାଜ୍ୟର ଅଧିକାରୀ ମାନଙ୍କ ସହ ମିଟିଂ କରି ରାଉରକେଲାରୁ ଜିବା ପରେ ଯଦି ଏଭଳି ଘଟଣା ହେଉଛି ଏବେ ଯେତେ ରୁଦ୍ଧଦ୍ୱାର ଓ ପୁଲିସ ମୁଖ୍ୟାଳୟ ଗେଟ ବନ୍ଦ କରି ମିଟିଂ ହେଲେ ଆଉ ସେ ବାରୁଦ ମିଳିବ ନା ତାହା ଲୁଟେରା ମାନଙ୍କର ଲକ୍ଷ୍ଯ ପୁରଣ କରିବାରେ ସହାୟକ ହେବ ସେ ନେଇ ଏବେ ଜାଣିବା ଶୁଣିବା ମହଲରେ ଚର୍ଚ୍ଚା ହେଉଛି । ମାଓବାଦୀ ଆଉ ନାହାନ୍ତି, ସେମାନଙ୍କ କାର୍ଯ୍ୟକଳାପ ଆଉ ବିଶେଷ ନାହିଁ ବୋଲି ଏହି ଜିଲ୍ଲାରେ ବାବୁ ମାନେ ମିଡିଆରେ ବାରମ୍ବାର କହି ନିଜ ସୁବିଧାରେ ଏଠି ରହି ଚାଲିଛନ୍ତି, କିନ୍ତୁ ମାଓବାଦୀ ମାନେ ଏଭଳି ସକ୍ରୀୟ ଯେ, ଏ ଅଁଚଳରେ ବାରୁଦ ଗାଡିକୁ ଲୁଟି ନେଉଛନ୍ତି ପୁଲିସ କିମ୍ବା ଅନ୍ୟ ସୁରକ୍ଷା ବାହୀନି କିଛି କରିପାରୁନାହାନ୍ତି, କିଛି ଜାଣିପାରୁ ନାହାନ୍ତି, ଏହା ଆମ ସୁରକ୍ଷା ବାହୀନିର କେଉଁ ପାରିବା ପଣିଆର ପରିଚୟ ତାହା ବିଚାର କରାଜିବା ଉଚିତ ବୋଲି ଏବେ ମତପ୍ରକାଶ ପାଇଛି । ବର୍ତମାନ ସବୁ

ମହଲରେ ଚିନ୍ତା ଏହି ବାରୁଦ ପେଟି ଗୁଡିକ ଲୁଟେରା ମାନେ ଏବେ କେଉଁଠି ବ୍ୟବହାର କରିବେ, ଏସବୁରେ କାହାର ଜୀବନ ଯିବ। କଣ ସବୁ ଧ୍ୱଂସ

ହେବ ତାହା ଏବେ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ।

ରାଉରକେଲାରେ ଅତିତରେ ରହିଥିବା ପୁଲିସ ମୁଖିଆ ମାନଙ୍କ ସମୟରେ ମାଓ କାରବାରକୁ ପୁରା ଚେକ ଦିଆଜିବା ସହ ସେମାନଙ୍କ ଅଁଟା ଭଂଗାଯାଇପାରିଥିଲା, ଅଧିକାରୀ ମାନେ ବିଭିନ୍ନ ଅଁଚଳ ଥାନା ଅଁଚଳ ବୁଲି ଅଧିକରୁ ଅଧିକ ପୁଲିସିଂକୁ ଲୋକଙ୍କ ସୁରକ୍ଷା ଲାଗି ବ୍ୟବହାର କରୁଥିଲେ, ଏବେ ବାବୁ ମାନେ ଏସି ରୁମ ନଛାଡି କେବଳ ମିଡିଆରେ ମୁହଁ ଦେଖାଇବାର ପ୍ରତି ଯୋଗିତାରେ ରହୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। କାମ କମ ନାମ ଅଧିକ ରିତିରେ ଚାଲିଛି ରାଉରକେଲା ପୁଲିସି ବ୍ୟବସ୍ଥା । ଅପରାଧ ଦିନକୁ ଦିନ ବଢି ଶେଷରେ ବାରୁଦ ବୋଝେଇ ପେଟିକୁ ଦିନ ଦ୍ଵିପ୍ରହରରେ ଲୁଟିବାକୁ ସାହାସ ଜଣେ ଅପରାଧୀ ଆଗକୁ ଆଉ କଣ ହେଲେ ମୋହନ ସରକାର ଚେତିବେ ତାହା ଏବେ ସାଧାରଣରେ ପ୍ରଶ୍ନ ହେଉଛି । କୋଇଡା ବଣେଇ ଅଁଚଳରେ ପୁଲିସି ବାବୁ ମାନେ ପୋଷ୍ଟିଂ ହେବାକୁ ଯୋରଦାର କସରତ କରିଥାନ୍ତି, ଜିଲ୍ଲା ବାବୁ ମାନେ ମଧ୍ୟ ଏଭଳି କସରତକୁ ନିଜ ହିସାବରେ ସମ୍ମାନ ଦେଇ ସେମାନଙ୍କୁ ପୋଷ୍ଟିଂ କରିଥାନ୍ତି, ତେବେ ବର୍ତମାନ ଯାହା ହେଲା ସେଥିଲାଗି ଦାୟି କିଏ ରହିବ ? ବାବୁମାନେ ତ ଏହି ଅଁଚଳରେ ରହି ଖଣି ବାଲାଙ୍କର ସାଙ୍ଗ ସାଥୀ ଚୋରା ବେପାରୀଙ୍କର ସାଙ୍ଗ ସାଥୀ ହୋଇ ନିଜ ସୁବିଧା ନେଲେ, ଯାହାର ଭିଜିଲାନ୍ସ ତଦନ୍ତ କରାଗଲେ ଜଣାପଡିବ, ତେବେ ବର୍ତମାନ ଯାହା ହେଲା ତାକୁ ଭୋଗିବେ ଏହି ଜିଲ୍ଲା ବାସୀ, ନିରୀହ ଆଦିବାସୀ, ଖଣିମାଲିକ ଓ ବ୍ୟବସାୟୀ । ତେଣୁ ଯେଉଁ ଅଁଚଳରେ ଏଭଳି କାଣ୍ଡ ହେଲା ସେଥିଲାଗି କାହିଁକି ସେହି ପୁଲିସ ମୁଖିଆଙ୍କୁ ଏହି ଘଟଣା ଲାଗି ଦାୟୀ କରାନଜିବ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଜିବ ବୋଲି ସାଧାରଣରେ ପ୍ରଶ୍ନ ହେଲାଣି । ତେବେ ରାଜ୍ୟ ପୁଲିସ ମୁଖିଆଙ୍କ ସମେତ ପଡୋଶୀ ରାଜ୍ୟର ଅଧିକାରୀ ଓ ରାଜ୍ୟର ବହୁ

ବରିଷ୍ଠ ଅଧିକାରୀ ରୁଦ୍ଧଦ୍ୱାର ବୈଠକ କରି ଖୋଜୁଛନ୍ତି ଲୁଟ ହୋଇଥିବା ବିସ୍ଫୋରକ ଗଲା କୁଆଡେ ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande