ଅଣଓଡିଆ ମିସ୍ତ୍ରୀ ଭରସାରେ ଚାଲିଛି ଇନ୍ଦ୍ରପ୍ରସ୍ଥ ମଣ୍ଡପ କାମ
ଚମ୍ପୁଆ, ୨୯ ମଇ (ହି.ସ.) - ଗତ ସରକାର ସମୟ ରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ବିଭିନ୍ନ ଦେବାଳୟର ଉନ୍ନତିକରଣ ସହିତ ଗୋଷ୍ଠୀ ପାଲା ମଣ୍ଡପ, କୀର୍ତନ ମଣ୍ଡପ ଆଦି ନିର୍ମାଣ ପାଇଁ ଯୋଗାଇ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ। ତେବେ ବିଭାଗୀୟ କାର୍ଯ୍ୟଦେଶ ର ହେଉଥିବା ଏହି କାର୍ଯ୍ୟ ଗୁଡିକର ସଫଳ ରୂପା
ନିର୍ମାଣ ଚାଲିଥିବା ମଣ୍ଡପ


ଚମ୍ପୁଆ, ୨୯ ମଇ (ହି.ସ.) - ଗତ ସରକାର ସମୟ ରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ବିଭିନ୍ନ ଦେବାଳୟର ଉନ୍ନତିକରଣ ସହିତ ଗୋଷ୍ଠୀ ପାଲା ମଣ୍ଡପ, କୀର୍ତନ ମଣ୍ଡପ ଆଦି ନିର୍ମାଣ ପାଇଁ ଯୋଗାଇ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ। ତେବେ ବିଭାଗୀୟ କାର୍ଯ୍ୟଦେଶ ର ହେଉଥିବା ଏହି କାର୍ଯ୍ୟ ଗୁଡିକର ସଫଳ ରୂପାୟନ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାର୍ଯ୍ୟଗୁଡ଼ିକ ର ନିୟମିତ ତଦାରଖ ହେଉନଥିବାରୁ କାର୍ଯ୍ୟଗୁଡ଼ିକ ଅତି ନିମ୍ନମାନର ହେଉଛି । ଯେନତେନ ପ୍ରକାରେ କାର୍ଯ୍ୟ କରି ସରକାରୀ ଅନୁଦାନ କୁ ହଡପ କରିବାକୁ ବିଧିବଦ୍ଧ ଯୋଜନା କରା ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ସୁନାପଶି ପଂଚାୟତ ଅନ୍ତର୍ଗତ ଇନ୍ଦ୍ରପ୍ରସ୍ଥ ଗ୍ରାମରେ। ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମ ରେ ଗୋଷ୍ଠୀ କେନ୍ଦ୍ର ପାଲା ମଣ୍ଡପ ନିର୍ମାଣ ପାଇଁ ୨୦୨୩-୨୦୨୪ ଆର୍ôଥକ ବର୍ଷରେ କାର୍ଯ୍ୟ ପାଇଁ ପଂଚାୟତ ସମିତି ଚମ୍ପୁଆ ଙ୍କ ନାମରେ ୪ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ବିଭାଗୀୟ କାର୍ଯ୍ୟାଦେଶ ରେ ହେଉଥିବା ଏହି କାର୍ଯ୍ୟ କାର୍ଯ୍ୟାଦେଶ ପ୍ରଦାନ ର ଦୀର୍ଘ ଦିନ ପରେ କରାଯାଉଥିବା ବେଳେ କାର୍ଯ୍ୟ କିପରି ହେଉଛି କଣ କରା ଯାଉଛି ସେ ସମ୍ପର୍କ ରେ ତଦାରଖ କରିବା ପାଇଁ କୌଣସି ଅଧିକାରୀଙ୍କ ପାଦ ପଡ଼ୁ ନାହିଁ ଜ୍ଝ ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ନିର୍ମାଣ କରା ଯାଉଥିବା ପାଲା ମଣ୍ଡପର ସ୍ତମ୍ଭ ଗୁଡିକ ପରସ୍ପର ଠାରୁ ହାରାହାରି ୧୩ ଫୁଟ ଦୂରତା ରେ ଥିବାବେଳେ ମଣ୍ଡପ ର ଉଚ୍ଚତା ହାରାହାରି ୧୪ ରୁ ୧୫ ଫୁଟ ରହିଛି। କିନ୍ତୁ ମଣ୍ଡପରେ କୌଣସି ସ୍ପୋର୍ଟିକ ବିମ ଦିଆ ଯାଇନାହିଁ। ଛାତର ବାଲାନ୍ସ ପାଇଁ ବାହାରକୁ ଦୁଇ ଫୁଟ ର ସ୍ପୋର୍ଟିକ ବିମ ନ ଦେଲେ ମଧ୍ୟ ଭାଗ ଦବିଯାଇ ଭବିଷ୍ୟତରେ ଛାତ ଭୁଶୁଡି ପଡ଼ିବାର ଆଶଙ୍କା ରହିଛି। ମଣ୍ଡପ ଟି ଗ୍ରାମର ଛକ ଯାଗାରେ ରହୁ ଥିବାରୁ ଭବିଷ୍ୟତରେ ଧନ ଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ତା ସହିତ ନିର୍ମାଣ କାର୍ଯ୍ୟ ଭଲ ହେଉଛି କି ଖରାପ ହେଉଛି ଦେଖିବା ପାଇଁ କେହି ନାହିଁ। ମଣ୍ଡପ ନିର୍ମାଣ ପାଇଁ ସୂଚନା ଫଳକ ମାରି ଅଣ ଓଡିଆ ମିସ୍ତ୍ରୀ ମାନଙ୍କୁ କାମରେ ଲଗାଇ ଦେଇ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ କାର୍ଯ୍ୟ ସାରି ଦେଇଥିବା ବେଳେ ବିଭାଗ ପକ୍ଷରୁ କାର୍ଯ୍ୟର କୌଣସି ତଦାରଖ ହେଉ ନ ଥିବାରୁ ମଣ୍ଡପର ସ୍ଥାୟିତ୍ୱକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ମଣ୍ଡପ ନିର୍ମାଣ ପାଇଁ ଦିଆ ଯାଇଥିବା ଅନୁଦାନ ଟଙ୍କାକୁ ନିମ୍ନମାନର କାମ କରି ହଡପ କରିବାକୁ ବିଧିବଦ୍ଧ ଯୋଜନା କରା ଯାଉଥିବା କଥା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ପୁଞ୍ଜିଭୁତ ହେବାରେ ଲାଗିଛି। ତେଣୁ ଏହା ଉପରେ ଉଚ୍ଚ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande