ପାଣିକୋଇଲିରେ ପାନୀୟ ଜଳ ପ୍ରକଳ୍ପ ଅଗ୍ରଗତି ନେଇ କେନ୍ଦ୍ରୀୟ ଦଳ ସହ ଜିଲ୍ଲାପାଳଙ୍କ ସମୀକ୍ଷା
କୋରେଇ, ୨୯ ମଇ (ହି.ସ.)- ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବାକୁ ଆଜି ଅପରାହ୍ନରେ କେନ୍ଦ୍ରୀୟ ଦଳ ସହ ଯାଜପୁର ଜିଲ୍ଲାପାଳ ପାଣିକୋଇଲିରେ ପହଂଚିଥିଲେ । ମେଗା ଇଂଜିନିୟରିଂଗ ଓ ଇମ୍ଫାଷ୍ଟ୍ରକଚର ଲିମଟେଡ ଦ୍ୱାରା ପାଣିକୋଇଲି ମହୋତ୍ସବ ପଡିଆ ଠାରେ ନିର୍ମାଣାଧିନ ପାଣିଟାଙ୍କିର ସମୀକ୍ଷା କର
ପାଣିକୋଇଲିରେ ପାନୀୟ ଜଳ ପ୍ରକଳ୍ପ ଅଗ୍ରଗତି ନେଇ କେନ୍ଦ୍ରୀୟ ଦଳ ସହ ଜିଲ୍ଲାପାଳଙ୍କ ସମୀକ୍ଷା


କୋରେଇ, ୨୯ ମଇ (ହି.ସ.)- ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବାକୁ ଆଜି ଅପରାହ୍ନରେ କେନ୍ଦ୍ରୀୟ ଦଳ ସହ ଯାଜପୁର ଜିଲ୍ଲାପାଳ ପାଣିକୋଇଲିରେ ପହଂଚିଥିଲେ । ମେଗା ଇଂଜିନିୟରିଂଗ ଓ ଇମ୍ଫାଷ୍ଟ୍ରକଚର ଲିମଟେଡ ଦ୍ୱାରା ପାଣିକୋଇଲି ମହୋତ୍ସବ ପଡିଆ ଠାରେ ନିର୍ମାଣାଧିନ ପାଣିଟାଙ୍କିର ସମୀକ୍ଷା କରିଥିଲେ । ଏହା ପରେ ପାଣିକୋଇଲି ପଂଚାୟତ କର୍ଯ୍ୟାଳୟକୁ ଆସି ଉପସ୍ଥିତ ଲୋକମାନଙ୍କୁ ପାଣି ନେଇ କଣ ସମସ୍ୟା ରହିଛି, କାର୍ଯ୍ୟର ଅଗ୍ରଗତି, ଆଉ କଣ ଅଧିକ କରିହେବ ସେନେଇ ସମୀକ୍ଷା କରିବା ସହ ମତ ବିନିମୟ କରିଥିଲେ । କେନ୍ଦ୍ରୀୟ ଦଳ ସହ ଜିଲ୍ଲାପାଳ ପି. ଅନ୍ୱେଶା ରେଡ୍ଡୀଙ୍କ ସମେତ କୋରେଇ ବିଡିଓ ଅବନୀକାନ୍ତ ସାହୁ, ଆରଡବ୍ଲୃୁଏସ ଏସି ରଶ୍ମୀରଂଜନ ମାରଥା, ଏଇ ଖଗେନ୍ଦ୍ର ପ୍ରସାଦ ବେହେରା, ଜେଇ ସୁଧାକର ପଣ୍ଡାଙ୍କ ସମେତ ମେଗାର ସରୋଜ ରାଉତ, ସମସ୍ତ ଅଧିକାରୀ, ପାଣିକୋଇଲି ସରପଂଚ ପଦ୍ମାବତୀ ପଣ୍ଡା, ନାଏବ ସରପଂଚ ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପାଣିର ମାନ ପରୀକ୍ଷା କରାଯାଇଥିଲା, ହେଲେ ପ୍ରକଳ୍ପ ଗୁଡିକ ତ୍ୱରୀତ କାର୍ଯ୍ୟକ୍ଷମ ହେବା ପରିବର୍ତେ ମନ୍ଥର ଗତିରେ ଚାଲିଛି । ଯାହାର ଅବଧି ସମ୍ପୂର୍ଣ୍ଣ ହୋଇସାରିଛି । ପ୍ରକଳ୍ପ କାହିଁକି ଆଗେଇ ପାରୁନି ସେ ନେଇ ସମୀକ୍ଷା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande