ଚମ୍ପୁଆ ବ୍ଲକରେ ଶିକ୍ଷକ ମରୁଡି : ୨୧୨ ବିଦ୍ୟାଳୟରେ ୫୦୮ ଶିକ୍ଷକ
ଚମ୍ପୁଆ, ୨୯ ମଇ (ହି.ସ.) - ଚମ୍ପୁଆ ବ୍ଲକରେ ମୋଟ ୨୧୨ ବିଦ୍ୟାଳୟରେ ୫୦୮ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲାବେଳେ ୨୫୦ ଜଣ ଶିକ୍ଷକଙ୍କ ଅଭାବ ଦେଖା ଦେଇଛି । ଯାହାଫଳରେ ଅନେକାଂଶରେ ଶିକ୍ଷକ ଅଭାବ ଜନିତ ସମସ୍ୟା ଲାଗି ରହିଛି । ପର୍ଯ୍ୟାୟକ୍ରମେ ବହୁ ସମୟରେ ସରକାର ବାହାଦୂର ଶିକ୍ଷକ ପଦବୀ ପୂରଣ କରୁଥିଲାବେଳେ
ଚମ୍ପୁଆ ବ୍ଲକରେ ଶିକ୍ଷକ ମରୁଡି : ୨୧୨ ବିଦ୍ୟାଳୟରେ ୫୦୮ ଶିକ୍ଷକ


ଚମ୍ପୁଆ, ୨୯ ମଇ (ହି.ସ.) - ଚମ୍ପୁଆ ବ୍ଲକରେ ମୋଟ ୨୧୨ ବିଦ୍ୟାଳୟରେ ୫୦୮ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲାବେଳେ ୨୫୦ ଜଣ ଶିକ୍ଷକଙ୍କ ଅଭାବ ଦେଖା ଦେଇଛି । ଯାହାଫଳରେ ଅନେକାଂଶରେ ଶିକ୍ଷକ ଅଭାବ ଜନିତ ସମସ୍ୟା ଲାଗି ରହିଛି । ପର୍ଯ୍ୟାୟକ୍ରମେ ବହୁ ସମୟରେ ସରକାର ବାହାଦୂର ଶିକ୍ଷକ ପଦବୀ ପୂରଣ କରୁଥିଲାବେଳେ ଉକ୍ତ ସମସ୍ୟା ସମ୍ପୂଣ୍ଣ ଭାବେ ବିଲୋପ ହେଉନାହିଁ । ଯାହାଫଳରେ ଶିକ୍ଷକ ସମସ୍ୟା ବିଦ୍ୟାଳୟମାନଙ୍କରେ ଲାଗିରହୁଛି । ସୂଚନା ରୁ ଜଣାପଡିଛି ଯେ ଚମ୍ପୁଆ ବ୍ଲକରେ ୧୫୭ ଗୋଟି ସରକାରୀ ବିଦ୍ୟାଳୟ ରହିଛି । ଅନୁଦାନପ୍ରାପ୍ତ ବିଦ୍ୟାଳୟ ୨୧ ଗୋଟି ରହିଛି । ଏବଂ ଘୋରଇ ବିଦ୍ୟାଳୟ ପ୍ରାୟ ୩୪ ଗୋଟି ରହିଛି । ଏପରି ମୋଟ ଚମ୍ପୁଆ ବ୍ଲକରେ ୨୧୨ ଗୋଟି ବିଦ୍ୟାଳୟ ରହିଛି । ଶିକ୍ଷାଦାନ ନିମନ୍ତେ ୩୬୪ ଜଣ ନିୟମିତ ଶିକ୍ଷକ ଅଛନ୍ତି । ଚଳିତ ବର୍ଷ ନୂଆ ୧୧୭ ଜଣ ଶିକ୍ଷକଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି ଏବଂ ନୂତନ ଭାବେ ୨୬ ଜଣ ଶିକ୍ଷକ ନିୟମିତ ଅଛନ୍ତି । ଏପରି ମୋଟ ୫୦୮ ଜଣ ଶିକ୍ଷକ ରହିଛନ୍ତି ଏବଂ ୨୫୦ ଗୋଟି ଶିକ୍ଷକ ପଦବୀ ଫାଙ୍କା ପଡିଛି । ବିଦ୍ୟାଳୟଗୁଡିକୁ ଉତମ ଭାବେ ପରିଚାଳନା କରିବା ପାଇଁ ବ୍ଲକରେ ଜଣେ ବ୍ଲକ ଶିକ୍ଷାଧିକାରୀ ତିନି ଜଣ ସହକାରୀ ଶିକ୍ଷା ଅଧିକାରୀ, ତିନି ଜଣ କିରାଣୀଙ୍କ ସ୍ଥାନରେ ଦୁଇ ଜଣ କିରାଣୀ ଅଛନ୍ତି ଓ ଅନ୍ୟଏକ ପଦବୀ ଫାଙ୍କା ପଡିଛି । ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ବଦଳି ପରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ନାଏକଙ୍କୁ ଏହି ପଦବୀର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ବ୍କକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପିଅନ ଓ ରାତ୍ର ଜଗୁଆଳି ନାହାଁନ୍ତି । ସର୍ବ ଶିକ୍ଷା ଅଭିଯାନ ପକ୍ଷରୁ ଚଳିତ ବର୍ଷ କାର୍ଯ୍ୟାଳୟକୁ ୧୦ଗୋଟି କମ୍ପ୍ୟୁଟର ପ୍ରଦାନ କରାଯାଇଛି । ସିଆରସିସି ଏବଂ ଶିକ୍ଷକମାନଙ୍କ ତାଲିମ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ତଥା କାର୍ଯ୍ୟକ୍ରମଗୁଡିକୁ ସୁଗମ କରିବା ପାଇଁ ଓଡିଶା ସରକାର କମ୍ପ୍ୟୁଟରୀକରଣ କରିବା ପାଇଁ ପ୍ରୟାସ କରାଯାଇଛି । ମାତ୍ର ବିଦ୍ୟାଳୟଗୁଡିକରେ ଭାଷା ଶିକ୍ଷକ, ସହକାରୀ ଶିକ୍ଷକ, ପ୍ରଧାନଶିକ୍ଷକ ଆଦି ପୂରଣ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢୀକରଣ କରିବା ଦିଗରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande