ଚମ୍ପୁଆ, ୨୯ ମଇ (ହି.ସ.) - ଚମ୍ପୁଆ ନିକଟବର୍ତୀ ପତଳା ଗ୍ରାମର ବଡାମଶାଳରେ ଗାୟକ ଭାସ୍କର ସୁରଥ ଗିରିଙ୍କ ଉଦ୍ୟକ୍ତାରେ ତିନି ଦିନିଆ ବାଦପାଲା ଅନୁଷ୍ଠିତ ହୋଇ ଯାଇଛି । ସୁରଥ ଗିରି(କେନ୍ଦୁଝର) ବନାମ ଅଶୋକ କୁମାର ବେହେରା(ମୟୂରଭଞ୍ଜ) ମଧ୍ୟରେ ଏହି ବାଦ ପାଲା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବର ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କବି କଳାକର ମହାନ୍ତ ଯୋଗଦେଇ ମାଆ, ମାତୃଭୂମି, ମାତୃଭାଷା ତଥା ପରିବେଶକୁ ସମ୍ମାନ ଦେଲେ ଏ ସମାଜ ଏକ ସୁସ୍ଥ ସମାଜ ହେବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗାୟକ ସ୍ୱପ୍ନେଶ୍ୱର ମହାନ୍ତ ଯୋଗଦାନ କରିଥିଲେ । ସରୋଜ ପ୍ରଧାନ, ନଗେନ୍ଦ୍ର ମହାରଣା, ମୁରଲିଧର ମହାନ୍ତ, ଡମ୍ବରୁଧର ନାୟକ ପ୍ରମୁଖଙ୍କ ସହିତ ସମସ୍ତ ଗ୍ରାମବାସୀ ଯୋଗଦାନ କରି ପାଲା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta