ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୯ ମଇ(ହି.ସ.) - ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଶୀତଳ ଷଷ୍ଠୀ ଯାତ୍ରା' ଆମ ସଂସ୍କୃତି, ପରମ୍ପର
ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୨୯ ମଇ(ହି.ସ.) - ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଶୀତଳ ଷଷ୍ଠୀ ଯାତ୍ରା' ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ 'ଶୀତଳ ଷଷ୍ଠୀ' ଯାତ୍ରାକୁ ଆହୁରି ଭବ୍ୟ କରିବା ସହ ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ôଥକ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରୁଛି। ଲୋକଙ୍କ ସରକାରରେ ମହନୀୟ ହେବ ଲୋକ ପରମ୍ପରା, ଗରିମାମୟ ହେବ ଓଡ଼ିଆ ଅସ୍ମିତା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande