ବିଶିଷ୍ଟ ଠିକାଦାରଙ୍କ ବିୟୋଗରେ ସୋନପୁରରେ ଶୋକ
ସୁବର୍ଣ୍ଣପୁର, ୨୯ ମଇ (ହି.ସ.)- ଗତକାଲି ଭୋର ସମୟରେ ସହରର ଗୋକର୍ଣେଶ୍ଵର ପଡା ନିବାସୀ ଜଣାଶୁଣା ଠିକାଦାର ତଥା ସମାଜସେବୀ ରମାକାନ୍ତ ବାବୁ (୬୧) ଙ୍କ ଦେହାନ୍ତ ହୋଇଯାଇଛି। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଭାବରେ ସହରରେ ବେଶ ଜଣାଶୁଣା ଥିଲେ। ସ୍ଥାନୀୟ କୋଲପଡା ଠାରେ ଅବସ୍ଥିତ ଥିବା ଗୋପାଲଜୀ ଗୋ ସେବ
ବିଶିଷ୍ଟ ଠିକାଦାରଙ୍କ ବିୟୋଗରେ ସୋନପୁରରେ ଶୋକ


ସୁବର୍ଣ୍ଣପୁର, ୨୯ ମଇ (ହି.ସ.)- ଗତକାଲି ଭୋର ସମୟରେ ସହରର ଗୋକର୍ଣେଶ୍ଵର ପଡା ନିବାସୀ ଜଣାଶୁଣା ଠିକାଦାର ତଥା ସମାଜସେବୀ ରମାକାନ୍ତ ବାବୁ (୬୧) ଙ୍କ ଦେହାନ୍ତ ହୋଇଯାଇଛି। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଭାବରେ ସହରରେ ବେଶ ଜଣାଶୁଣା ଥିଲେ। ସ୍ଥାନୀୟ କୋଲପଡା ଠାରେ ଅବସ୍ଥିତ ଥିବା ଗୋପାଲଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ ର ସେ ସଂପାଦକ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ବ୍ଲକଛକ ଦୁର୍ଗାପୂଜା କମିଟି, ଜିଲ୍ଲା ଠିକାଦାର ସଂଘ, ଟ୍ରାକ୍ଟର ମାଲିକ ସଂଘ , ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର କର୍ମକର୍ତ୍ତା ମାନେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ଥାନୀୟ ଗୋକର୍ଣେଶ୍ଵର ଘାଟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ବେଳେ ତାଙ୍କର ପୁତୁରା ରିଜ୍ୟୁମ୍ ମୁଖାଗ୍ନୀ ଦେଇଥିଲେ।

-

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande